ନୂଆଦିଲ୍ଲୀ,୧୦/୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାର ୭ଦିନ ପରେ ବି ବିଜେପି ଏବେ ପର୍ଯ୍ୟନ୍ତ ସିଏମ୍ ନାଁର ଘୋଷଣା କରିପାରିନାହିଁ । ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କିଏ ହେବେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ । ଏହା ମଧ୍ୟରେ ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଲାଶ ବିଜୟବର୍ଗିୟ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ଭେଟିଛନ୍ତି । ଏହାକୁ ନେଇ ଏବେ ରାଜନୀତି ସରଗରମ୍ ହୋଇଯାଇଛି ।
ମଧ୍ୟପ୍ରଦେଶ ସହ ଏବେ ରାଜସ୍ଥାନରେ ବି ସିଏମ୍ ନାମର ଘୋଷଣା ହୋଇପାରିନାହିଁ । ଯାହାକି ରବିବାର ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ନାଁକୁ ଘୋଷଣା କରିଦିଆଯାଇଛି । ଛତିଶଗଡ଼ର ସିଏମ୍ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଷ୍ଣୁଦେବ ସାୟଙ୍କୁ କରାଯାଇଛି । ଏପଟେ ମଧ୍ୟ ପ୍ରଦେଶରେ ବିଜେପିର ଦମଦାର୍ ବିଜୟ ପରେ ବିଜେପି ତରଫରୁ ସିଏମ୍ ନାଁକୁ ନେଇ ବିଚାର-ବିମର୍ଶ ଜାରି ରହିଛି । କୁହାଯାଉଛି କି ଗୋଟିଏ ଦିନ ଭିତରେ ଏହି ଦୁଇ ରାଜ୍ୟରେ ସିଏମ୍ ନାଁ ଘୋଷଣା କରି ଦିଆଯିବ ।