ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୧ ସିଟ୍‌ରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ରାଉରକେଲାରୁ ଦିଲ୍ଲୀପ ରାୟ ଓ ରଣପୁରରୁ ସୁରମା ପାଢୀ

ଭୁବନେଶ୍ଵର, ୧୬/୪ : ୨୧ଟି ବିଧାନସଭା ଆସନରୁ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି। ରାଉରକେଲାରୁ ପ୍ରାର୍ଥୀ ହେଲେ ଦିଲ୍ଲୀପ ରାୟ। ସେହିଭଳି ପାଟଣାରୁ ଅଖିଳ ଚନ୍ଦ୍ର ନାୟକ, ସାରସକଣାରୁ ଭାଦବ ହାଂସଦା, ରାଇରଙ୍ଗପୁରରୁ ଜୋଲେନ ବରଦା, ବାଙ୍ଗିରିପୋଷିରୁ ସଞ୍ଜଳୀ ମୁର୍ମୁ, କରଞ୍ଜିଆରୁ ପଦ୍ମଚରଣ ହାଇବୁ, ଝରିଗାଁରୁ ନରସିଂହ ଭତ୍ରାଙ୍କୁ ପ୍ରାର୍ଥୀ କରିଛି ଦଳ।

ସେହିପରି ଡାବୁଗାଁରୁ ସୋମନାଥ ପୂଜାରୀ, ରାଜନଗରରୁ ଲଳିତ ବେହେରା, ବାଲିକୁଦା-ଏରସମାରୁ ସତ୍ୟସାରଥି ମହାନ୍ତି, ବିଷମ କଟକରୁ ଜଗନ୍ନାଥ ନନ୍ଦରୁକା, ରାୟଗଡ଼ାରୁ ବସନ୍ତ ଉଲାକା, ଲକ୍ଷ୍ମୀପୁରରୁ କୈଳାସ କୁଲେସିକା, କୋଟପାଡରୁ ରୁକୁ ଭତ୍ରା, ପଟ୍ଟାଙ୍ଗୀରୁ ଚୈତନ୍ୟ ନନ୍ଦିବାଲି, ଚିତ୍ରକୋଣ୍ଡାରୁ ଡମ୍ଵୁରୁ ଶିସା, ଜଗତସିଂହପୁରରୁ ଅମରେନ୍ଦ୍ର ଦାସ, କାକଟପୁରରୁ ବାଇଧର ମଲ୍ଲିକ, ରଣପୁରରୁ ସୁରମା ପାଢୀ, ସାନଖେମୁଣ୍ଡିରୁ ଉତ୍ତମ କୁମାର ପାଣିଗ୍ରାହୀ, ଓ ମୋହନାରୁ ପ୍ରଶାନ୍ତ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି।

ବିଜେପିର ଦ୍ଵିତୀୟ ପ୍ରାର୍ଥୀ ତାଲିକାରେ ୧୬ ଜଣ ରହିଛନ୍ତି ନୂଆ ମୁହଁ। ସେହିପରି ୩ଟି ସିଟ୍‌ରେ ରିପିଟ୍ କରିଛି ଦଳ। ରାୟଗଡ଼ା, ମୋହନା, ଓ କରଞ୍ଜିଆରେ ଦଳ ରିପିଟ୍ କରିଛି। ବିଜେଡିରୁ ଆସିଥିବା ୪ ନେତାଙ୍କୁ ଟିକଟ ମିଳିଛି। ଜଗତସିଂହପୁରରୁ ଅମରେନ୍ଦ୍ର ଦାସ, ସାରସକଣାରୁ ଭାଦବ ହାସଁଦା, ଲକ୍ଷ୍ମୀପୁରରୁ କୈଳାସ କୁଲେସିକା, ଚିତ୍ରକୋଣ୍ଡାରୁ ଡମ୍ବୁରୁ ଶୀଷାକୁ ଦଳ ଭରସା କରିଛି। ତେବେ ଏଯାବତ୍ ମୋଟ ୧୩୩ଟି ଆସନରୁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଏବେ ଯାଏଁ ଆଉ ୧୪ ଆସନରେ ଛିଣ୍ଡାଇ ପାରିନି ଅଙ୍କ। ଏହି ସବୁ ଆସନରେ ଏବେବି ଜାରି ରହିଛି ସସପେନ୍ସ। 






  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.