ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବାଲେଶ୍ବରରେ ବିଜେପିର ହେଭିଓ୍ବେଟ ନେତାଙ୍କ ପ୍ରଚାର, କର୍ମୀଙ୍କୁ ଦେଲେ ବିଜୟର ମନ୍ତ୍ର

ବାଲେଶ୍ବର,୧୮।୫  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶନିବାର ବାଲେଶ୍ଵର ଗସ୍ତରେ ଆସିଥିଲେ। ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନେତୃତ୍ବରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ସମେତ ଅନେକ ବରିଷ୍ଠ ନେତୃତ୍ବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ସ୍ବାଗତ କରି ଏକ ବିଶାଳ ଶୋଭାଯାତ୍ରାରେ ଲୋକସଭା କାର୍ଯ୍ୟାଳୟ ମାହେଶ୍ୱରୀ ଭବନ ପର୍ଯ୍ୟନ୍ତ ଆଣିଥିଲେ। ଏହାପରେ ଲୋକସଭା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ କାର୍ଯ୍ୟକର୍ତ୍ତା ସମ୍ମୀଳନୀକୁ ସେମାନେ ସମ୍ବୋଧିତ କରିଥିଲେ। ଦଳିୟ କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ଦିନରେ କରଣୀୟ କାର୍ଯ୍ୟସୂଚୀ ଓ ବିଜୟର ମନ୍ତ୍ର ଦେଇଥିଲେ। ଲୋକଙ୍କ ଘରେ ଘରେ ମୋଦିଜୀଙ୍କ ବାର୍ତ୍ତା "ଦୁଇଟି ପଦ୍ମ ଦୁଇଗୁଣ ବିକାଶ" ର ନାରା ପହଞ୍ଚାଇବାକୁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ।

 ଓଡ଼ିଶା ଏବେ ପରିବର୍ତ୍ତନ ମୁହାଁ, ଲୋକଙ୍କ ଏହି ଆବେଗକୁ ଭୋଟରେ ପରିବର୍ତ୍ତନ କରିବାକୁ ଆହ୍ଵାନ ଦେଇଥିଲେ। ସେମାନେ ଆହୁରି କହିଥିଲେ ଯେ ନବୀନ ସରକାରରେ ଓଡ଼ିଶା ଓ ଓଡ଼ିଆଙ୍କର ସାମଗ୍ରିକ ବିନାଶ ହୋଇଛି। ଯୁବାବର୍ଗ ହତୋତ୍ସାହିତ, ମହିଳା ଶୋଷିତ ନିର୍ଯାତିତ, ଅପରାଧ, ଶିଶୁମୃତ୍ୟୁ ଶିଖରରେ, ଚାଷୀଙ୍କ ପାଇଁ ପରିବେଶ ଅନ୍ଧକାର। ଓଡ଼ିଆ ମନିଷୀ ମାନଙ୍କୁ ସମ୍ମାନ ମିଳୁନାହିଁ ତେଣୁ ଏ ସରକାରଙ୍କର ଆଉ ଗୋଟିଏ ମୁହୁର୍ତ୍ତ ଶାସନରେ ରହିବାର ନୈତିକ ଅଧିକାର ନାହିଁ। ଆଗାମୀ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ପଦ୍ମ ଫୁଲରେ ଭୋଟ୍ ଦେଇ ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ଗଢ଼ିବାକୁ ଓଡ଼ିଶାର ଲୋକେ ମନସ୍ଥିର କରିସାରିଛନ୍ତି ବୋଲି କହିଥିଲେ। 

 ଏହାପରେ ରେମୁଣା ବିଜେପିର ଏକ ବିଶାଳ ମିଶ୍ରଣ ପର୍ବରେ ଯୋଗଦେଇଥିଲେ। ରେମୁଣାର ପୁର୍ବତନ ବ୍ଲକ୍ ଅଧ୍ୟକ୍ଷ ( ପୂର୍ବତନ ବିଜେଡ଼ି ବ୍ଲକ୍ ସଭାପତି) ଗୋପିନାଥ ସେନାପତିଙ୍କ ନେତୃତ୍ୱରେ ବିଜେଡ଼ିର କାର୍ଯ୍ୟକାରିଣୀ ଉପସଭାପତି ମାୟାଧର ରାଉତ ଓ ଜଗବନ୍ଧୁ ପୁହାଣ, ପୁର୍ବତନ ବିଜେଡ଼ି ଜିଲ୍ଲା ଯୁବ ସଭାପତି ଶରତ ଚନ୍ଦ୍ର ରାଉତ, ବିଜେଡ଼ି ଯୁବ ନେତା ଶରତ କୁମାର ଦାସ ଓ ନାରାୟଣ ଦାସ, ବିଜେଡ଼ି ନେତା ଜୟନ୍ତ ପଣ୍ଡା, ଅଶୋକ କୁମାର କର, ରାମଚନ୍ଦ୍ର ନାୟକଙ୍କ ସମେତ ଶହେରୁ ଅଧିକ ବିଜେଡ଼ି କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ। 

ନବାଗତଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦଳୀୟ ଉତ୍ତରୀୟ, ଟୋପି ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ବାଗତ କରିଥିଲେ। ଲୋକସଭା ସଂଯୋଜକ ଶୁଭଙ୍କର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ପ୍ରଭାରୀ ମନୋରଞ୍ଜନ ମିଶ୍ର, ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ, ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, ଜଳେଶ୍ଵର ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ, ଭୋଗରାଇ ବିଧାୟକ ପ୍ରାର୍ଥୀ ଆଶିଷ ପାତ୍ର, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ ମଞ୍ଚାସିନ ଥିଲେ। ଲୋକସଭା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ସହସଂଯୋଜକ ରଣଜିତ ପୁଷ୍ଟି ଓ ଅନୀଲ ମହାନ୍ତି ମିଡ଼ିଆ ପରିଚାଳନା କରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.