ନୂଆଦିଲ୍ଲୀ – ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଆଜି (ମଙ୍ଗଳବାର) ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ଆଡଭାନୀ ଇନ୍ଦ୍ରପ୍ରସ୍ଥ ସ୍ଥିତ ଆପୋଲୋ ହସ୍ପିଟାଲରେ ନ୍ୟୁରୋଲଜି ବିଭାଗରେ ଭର୍ତ୍ତି ହୋଇଛନ୍ତି। ନ୍ୟୁରୋସର୍ଜନ ଡା.ବିନୀତ ସୁରିଙ୍କ ନେତୃତ୍ୱରେ ଡାକ୍ତରଙ୍କ ଏକ ଟିମ୍ ତାଙ୍କର ଚିକିତ୍ସା କରୁଛି।
ଆପୋଲୋ ବରିଷ୍ଠ ନେତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇ କହିଛି ଯେ , ତାଙ୍କର ସ୍ୱାସ୍ଥ୍ୟ ସ୍ଥିର ରହିଛି ଏବଂ ଡାକ୍ତରଙ୍କ ଏକ ଟିମ୍ ତାଙ୍କୁ ଚିକିତ୍ସା କରୁଛନ୍ତି । ୯୬ ବର୍ଷିୟ ଆଡଭାନୀ ବାର୍ଦ୍ଧକ୍ୟ ଜନିତ ସମସ୍ୟାର ଶିକାର ହୋଇଛନ୍ତି। କିଛି ଦିନ ପୂର୍ବେ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇ ଥିଲା।