ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

୪୧ ବର୍ଷରେ ବିବାହ କଲେ ବିଜେପି ବିଧାୟକ ସ୍ୱପନ ମଜୁମଦାର, ୨୧ ବର୍ଷିୟା ଯୁବତୀଙ୍କୁ କଲେ ଜୀବନସାଥି

ନୂଆଦିଲ୍ଲୀ ୨୫/୦୬: ନିକଟରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା। ମତଦାନରେ ପଶ୍ଚିମବଙ୍ଗର ବାରସାଟ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ସ୍ୱପନ ମଜୁମଦାର ହାରିଥିଲେ। ହାରିକି ବି ସ୍ୱପନ ଏବେ ଚର୍ଚ୍ଚାରେ। କାରଣ ସେ ଚାଳିଶ ବର୍ଷ ପରେ ବିବାହ କରିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ସ୍ୱପନ ମଜୁମଦାର ୪୧ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଖବର ଅନୁଯାୟୀ ସେ ଅମଲାପାର ବଙ୍ଗୋନ୍ ନିବାସୀ ରିଙ୍କୁ ବାଇରାଗି ମିସ୍ତ୍ରିଙ୍କ ଝିଅ ତ୍ରିଶା ମିସ୍ତ୍ରିଙ୍କୁ ବିବାହ କରିଛନ୍ତି। କ ତ୍ରିଶାଙ୍କୁ ୨୧ ବର୍ଷ ବୟସ। ସ୍ୱପନ ତାଙ୍କ ପତ୍ନୀଙ୍କ ସହ କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।


ବିଧାୟକଙ୍କ ବିବାହ ସମାରୋହରେ ବିଜେପି ଅନେକ କର୍ମୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ସମୟରେ ସ୍ୱପନ ନାଲି ଶେରୱାନି ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ଏକ ସୁନ୍ଦର ଲାଲ ଏବଂ ନୀଳ ରଙ୍ଗର ବନାରସୀ ସାଢୀ ପିନ୍ଧିଥିଲେ। ଏଥିସହିତ ସେ ମ୍ୟାଚିଙ୍ଗ୍‌ ବ୍ଲାଉଜ୍ ଏବଂ ଏକ ନାଲି ଓଢଣୀ ପିନ୍ଧିଥିଲେ । ବିବାହ ଆଉଟଫିଟରେ ଦୁହେଁ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ଦୁହିଁଙ୍କ ବିବାହ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଅନେକେ ଏହି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.