ପ୍ରମୂଖ ଖବର

ଆଜି ନାଳନ୍ଦା ଯାଉଛନ୍ତି ଜେପି ନଡ୍ଡା, ୧୩ବର୍ଷ ପରେ ବିଜେପିର କୌଣସି ବଡ଼ ନେତାଙ୍କ ଗସ୍ତ

ନୂଆଦିଲ୍ଲୀ,୨୬/୫ : ଲୋକସଭା ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି । ଆଗାମୀ ୧ଜୁନରେ ଅନ୍ତିମ ତଥା ୭ମ ଚରଣର ମତଦାନ ହେବ । ୭ମ ଚରଣର ନିର୍ବାଚନକୁ ନେଇ ସବୁ ପାର୍ଟି ନିଜ ପ୍ରାର୍ଥୀଙ୍କୁ ପ୍ରଚଣ୍ଡମାତ୍ରାରେ ଜିତାଇବାକୁ ଶକ୍ତି ଲଗାଇ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବି ବିହାର ଆସିବାରେ ଅଛନ୍ତି । ନଡ୍ଡା ଆଜି ବିହାର ଶରୀଫର ଶ୍ରମ କଲ୍ୟାଣ କେନ୍ଦ୍ରର ମୈଦାନରେ ଏକ ଜନସଭାକୁ ସମ୍ବୋଧିତ କରିବାରେ ଅଛନ୍ତି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆଗମନକୁ ନେଇ ବିଜେପି ଜିଲ୍ଲାଧ୍ୟକ୍ଷ ଇଞ୍ଜିନିୟର ଶିବଶଙ୍କର ପ୍ରସାଦଙ୍କ ସମେତ ଜିଲ୍ଲାର କେତେକ ବିଜେପି କାର୍ଯ୍ୟକର୍ତ୍ତା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ।

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଆଗମନକୁ ନେଇ ପୂରା ଶ୍ରମ କଲ୍ୟାଣ କେନ୍ଦ୍ରର ମୈଦାନ ଗେରୁଆ ମୟ ହୋଇଯାଇଛି । ପ୍ରକାଶ ଯେ, ୨୦୧୦ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗମନ ବିହାର ଶରୀଫ ପ୍ରଖଣ୍ଡ ଗୋଲାପୁରର ମୈଦାନରେ ହୋଇଥିଲା । ୧୩ବର୍ଷ ପରେ ଏବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆଗମନ ନାଳନ୍ଦାରେ ହେବାକୁ ଯାଉଛି । ବିଜେପିର ଜିଲ୍ଲାଧ୍ୟକ୍ଷ ଇ ରବିଶଙ୍କର ପ୍ରସାଦ କହିଛନ୍ତି କି ରବିବାର ସତରେ ନାଳନ୍ଦା ଇତିହାସ ଲାଗି ଏକ ସ୍ବର୍ଣ୍ଣିମ ଦିନ ହେବ । ପୂରା ଶ୍ରମ କଲ୍ୟାଣ କେନ୍ଦ୍ର ମୈଦାନ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଖଚାଖଚ ଭିଡ଼ ହୋଇଛି ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜେପି ନଡ୍ଡା ଆଜି ପ୍ରାୟ ୩ଟାବେଳେ ଶ୍ରମ କଲ୍ୟାଣ କେନ୍ଦ୍ର ମୈଦାନରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ଜେପି ନଡ୍ଡାଙ୍କ ଗସ୍ତକୁ ନେଇ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ପ୍ରଶାସନ ତରଫରୁ ସୁରକ୍ଷାକୁ ନେଇ କଡ଼ା ବ୍ୟବସ୍ଥା କରାଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.