ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସଭା ନିର୍ବାଚନ ୨୦୨୪: ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ବିଜେପି) । ମଙ୍ଗଳବାର ୩ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ । ରାଜସ୍ଥାନର କରୌଲି ଢ଼ୋଲପୁର ଲୋକସଭା ଆସନ ଲାଗି ଇନ୍ଦୁ ଦେବୀ ଜାଟବଙ୍କୁ ବିଜେପି ପ୍ରାର୍ଥୀ କରାଇଥିବା ବେଳେ ଦୌସାରୁ କହ୍ନେୟାଲାଲ ମୀନାଙ୍କୁ ଟିକଟ ମିଳିଛି । ସେହିଭଳି ମଣିପୁରରେ ଇନର ମଣିପୁର ସିଟରୁ ବିଜେପି ବସନ୍ତ କୁମାର ସିଂହଙ୍କୁ ପ୍ରାର୍ଥୀ କରାଇଛି ବିଜେପି । 

 କରୌଲି ଢ଼ୋଲପୁର ଆସନରୁ ମନୋଜ ରାଜୌରିଆଙ୍କ ଟିକଟ କାଟି ଇନ୍ଦୁ ଦେବୀ ଜାଟବଙ୍କୁ ପ୍ରାର୍ଥୀ କରାଇଛି ଦଳ । ଏହା ପୂର୍ବରୁ ବିଜେପି ମାର୍ଚ୍ଚ ୨୪ରେ ପଞ୍ଚମ ପ୍ରାର୍ଥୀ ତାଲିକା ଜାରି କରିଥିଲା । ତାଲିକାରେ ଉତ୍ତର ପ୍ରଦେଶ ଏବଂ ବିହାର ସମେତ ଅନ୍ୟ କେତେକ ରାଜ୍ୟର ପ୍ରାର୍ଥୀଙ୍କ ନାମ ଥିଲା । ଏହି ତାଲିକାରେ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ନାମ ମଧ୍ୟ ସାମିଲ ଥିଲା । 

 ବିଜେପି କଙ୍ଗନାଙ୍କୁ ହିମାଚଳ ପ୍ରଦେଶ ମଣ୍ଡି ଆସନରୁ ପ୍ରାର୍ଥୀ କରାଇଛି । ସେପଟେ ବିଜେପି ମାର୍ଚ୍ଚ ୨୬ (ମଙ୍ଗଳବାର) ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛି । 

ବିଜେପି ପଶ୍ଚିମବଙ୍ଗର ଭଗବାନଗୋଲା ବିଧାନସଭା ଆସନ ଲାଗି ଭାଷ୍କର ସରକାର ଏବଂ ବାରାନଗରରୁ ସଜଲ ଘୋଷଙ୍କୁ ପ୍ରାର୍ଥୀ କରାଇଛି । ଏହା ସହ କର୍ଣ୍ଣାଟକର ଶୋରାପୁର ଆସନରୁ ନରସିଂହ ନାୟକଙ୍କ ନାମ ଉପରେ ବିଜେପି ମୋହର ମାରିଥିବା ବେଳେ ଗୁଜରାଟର ୫ ଏବଂ ହିମାଚର ୬ ବିଧାୟକ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଛି । 

 

  • BJP
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.