ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପି ଆଜି ଜାରି କରିପାରେ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୫ ରାଜ୍ୟ ସହ ଓଡ଼ିଶା ପାଇଁ ହେବ ଘୋଷଣା

ନୂଆଦିଲ୍ଲୀ, ୨୪/୦୩: ଲୋକସଭା ନିର୍ବାଚନ ୨୦୨୪ ଲାଗି ଆଜି ବିଜେପି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ପଞ୍ଚମ ପର୍ଯ୍ୟାୟରେ ବିଜେପି ୫ ରାଜ୍ୟ- ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଲୋକସଭା ଆସନ ଲାଗି ଜାରି କରିପାରେ ପ୍ରାର୍ଥୀଙ୍କ ନାଁ ।

ଯାହାକୁ ନେଇ ଶନିବାର ମାର୍ଚ୍ଚ ୨୩ରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି (CEC) ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦଳ ଜାରି କରିବାକୁ ଥିବା ପଞ୍ଚମ ପ୍ରାର୍ଥୀ ତାଲିକା ଉପରେ ମାନସ ମନ୍ଥନ କରିଥିଲେ ।

ଓଡ଼ିଶାରୁ କିଏ, କେଉଁଠୁ ?

ଦଳୀୟ ସୂତ୍ର ଅନୁସାରେ, ୟୁପିର ଅବଶିଷ୍ଟ ୨୪ଟି ଆସନରୁ ୧୦ଟି ଆସନରେ ପ୍ରାର୍ଥୀଙ୍କ ନାଁ ସ୍ଥିର ହୋଇଛି । ସିଇସି ବୈଠକରେ ଓଡ଼ିଶାର ୨୧ ଲୋକସଭା ଆସନରେ ପ୍ରାର୍ଥୀତ୍ୱ ନେଇ ଆଲୋଚନା ହୋଇଛି । ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିପାରେ ଟିକେଟ୍ । ଏହା ଛଡ଼ା ଏବେ ସାଂସଦ ଥିବା ୨ ଜଣଙ୍କୁ ବିଜେପି ଟିକେଟ୍ ଦେଇ ନ ପାରେ ।

ବୈଠକରେ ଓଡ଼ିଶାର ୨୧ ଲୋକସଭା ସହ ୧୪୭ ବିଧାନସଭା ଆସନ ଉପରେ ବିସ୍ତୃତ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି । ଏହା ଛଡ଼ା ରାଜସ୍ଥାନର ୮ଟି ଆସନ, ପଶ୍ଚିମବଙ୍ଗର ଅବଶିଷ୍ଟ ଆସନରେ ପ୍ରାର୍ଥୀଙ୍କ ନାଁ ନେଇ ଆଲୋଚନା ହୋଇଛି । ବିହାର ଓ ମହାରାଷ୍ଟ୍ରରେ ବାବଦରେ ବିଜେପି ଆଗାମୀ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଆଲୋଚନା କରିବ ବୋଲି ଜଣାପଡ଼ିଛି ।

ଏହା ପୂର୍ବରୁ ବିଜେପିର ସିଇସି ବୈଠକ ୨ଥର ବସିଥିବା ବେଳେ ଏବେ ସୁଦ୍ଧା ଦଳ ୨୯୧ ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଉତ୍ତରପ୍ରଦେଶ, ଗୁଜରାଟ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ରାଜସ୍ଥାନ, ହରିୟାଣା, କର୍ଣ୍ଣାଟକ, ତାମିଲନାଡ଼ୁ, ଉତ୍ତରାଖଣ୍ଡ, କେରଳ ଓ ତେଲଙ୍ଗାନା ଆଦି ରାଜ୍ୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.