ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଫିରିଙ୍ଗିଆରେ ବିଜେପିର ବିଜୟ ଉତ୍ସବ

ଫିରିଙ୍ଗିଆ,୧୦।୭ କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ର ଫିରିଙ୍ଗିଆ ବ୍ଲକ ବିଜେପି ପକ୍ଷରୁ ହି ବିଜୟ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି I ଫିରିଙ୍ଗିଆ ମଣ୍ଡଳ ସଭାପତି ଗଣେଶ୍ୱର ସାହୁଙ୍କ  ଅଧକ୍ଷତାରେ ଓ ଫିରିଙ୍ଗିଆ ସମିତି ସଭ୍ୟା ତଥା ବ୍ଲକ ମହିଳା ମୋର୍ଚ୍ଚା ସଭାପତି ମୌସୁମୀ ପ୍ରଧାନଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା।  ଏହି ବିଜୟ ଉତ୍ସବ ରେ ପ୍ରଥମେ ଫିରିଙ୍ଗିଆ ବ୍ଲକ ଛକ ନିକଟରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ଫୁଲବାଣୀ ବିଧାୟକ ଉମାଚାରଣ ମଳିକ ଙ୍କୁ ବିଜେପି କର୍ମୀ ଓ ନେତା  ସ୍ୱାଗତ ଜଣାଇଥିଲେ I I ସାଂସଦ ଓ ବିଧାୟକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଓ ଫିରିଙ୍ଗିଆ ର ଅଧିଷ୍ଠାତ୍ରୀ ଦେବୀ ମା’ ପୀତବଲି ମନ୍ଦିର କୁ ଯାଇ ପୂଜାପାଠ କରିବା ସହ ଦର୍ଶନ କରିଥିଲେ I ପରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଜୟ ଉତ୍ସବ ସହ ସମ୍ବର୍ଦ୍ଧନା ସଭା  ଅନୁଷ୍ଠିତ ହୋଇଥିଲା I

 ଯୁବ ବିଜେପି ନେତା ସଞ୍ଜୟ କୁମାର ଦିଗାଲ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାକୁ ବିଜେପି ନେତା ପ୍ରଶାନ୍ତ କମ୍ପ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମାଧ୍ୟ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ଦଲବେହେରା,ବରିଷ୍ଠ ବିଜେପି ନେତା ସୁଶାନ୍ତ ମହାପାତ୍ର, ନୂଆପଦର ମଣ୍ଡଳ ସଭାପତି ଗୋପୀନାଥ କହଁର,ବରିଷ୍ଠ ବିଜେପି ନେତା ତଥା ଫିରିଙ୍ଗିଆ ର ପୂର୍ବତନ ସରପଞ୍ଚ ବିଶ୍ଵରଂଜନ କହଁର, ଯୁବନେତା ରଘୁପତି କହଁର, ବିଜେପି ନେତା ଅଙ୍ଗଦ ବେହେରା,ବଲକୃଷ୍ଣ ଜୁଣ୍ଡି, ମଣ୍ଡଳ ସାଧାରଣ ସମ୍ପାଦକ ଅକ୍ଷୟକୁମାର କଟା, ଅନୁସୂଚିତ ଜାତି ମହିଳା ମୋର୍ଚା ମଣ୍ଡଳ ସଭାପତି ସମ୍ପତି ଡିଗାଲ,  ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ I ଏହି ଅବସରରେ ଫିରିଙ୍ଗିଆ ଅଂଚଳର କିଛି ପୁରୁଖା ବିଜେପି ନେତା ଓ କାର୍ଯ୍ୟକର୍ତା ଙ୍କୁ ସମ୍ମାନିତ କରାଯାଇଥିଲା I ଅନ୍ୟପଟେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ମଧ୍ୟ୍ୟ ଉଭୟ ସାଂସଦ ଓ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।  ବିଦ୍ୟାମନ୍ଦିର ପରିଚାଳନା କମିଟି ର ସଭାପତି ଅଜିତ କୁମାର ସାହୁଙ୍କ ସହ   ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.