ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆସିଲା ବିଜେପିର ତୃତୀୟ ପ୍ରାର୍ଥୀ ତାଲିକା, ଆନ୍ନାମଲାଇ ଏବଂ ସୁନ୍ଦରରାଜନଙ୍କୁ ଟିକେଟ୍‌

Image Courtesy: abplive

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ତାମଲନାଡୁର ୯ଟି ଆସନ ପାଇଁ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ନିକଟରେ ତେଲଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ତାମିଲିସାଇ ସୁନ୍ଦରରାଜନ ଚେନ୍ନାଇ ଦକ୍ଷିଣରୁ ଲଢ଼ିବେ ବୋଲି ଜଣାପଡ଼ିଛି । ସୁନ୍ଦରରାଜନ ୨୦ ମାର୍ଚ୍ଚ ୨୦୨୪ରେ ବିଜେପିରେ ସାମିଲ ହୋଇଥିଲେ । ସେ ୨୦୧୯ରେ ବିଜେପିରୁ ଇସ୍ତଫା ଦେବା ସହ ତେଲେଙ୍ଗାନାର ରାଜ୍ୟପାଳ ହୋଇଥିଲେ । ତାଙ୍କୁ ୨୦୨୧ରେ ପଣ୍ଡିଚେରିର ଉପରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା । ସେହିପରି ତାମିଲନାଡୁର ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କୁ ଦଳ କୋଏମ୍ବାଟୁରରୁ ପ୍ରାର୍ଥୀ କରିଛି । 

 କେନ୍ଦ୍ରମନ୍ତ୍ରୀ ଏଲ ମୁରୁଗାନ ନୀଲଗିରୀ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନଟି ଏସ୍‌ସି ସଂପ୍ରଦାୟଙ୍କ ପାଇଁ ସଂରକ୍ଷିତ । ଏଲ ମୁରୁଗାନ ୨୦୨୧ରେ ରାଜ୍ୟସଭାକୁ ଯିବା ସହ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ଏବେ ସେ ୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ସେହିଭଳି ଚେନ୍ନାଇ ସେଣ୍ଟ୍ରାଲରୁ ବିନୋଜ ପି ସେଲଭମ, ଭେଲ୍ଲୋରରୁ ଏସି ଶାନମୁଗମ, କୃଷ୍ଣଗିରିରୁ ସି ନରସୀମା, ପେରାମବାଲୁରରୁ ଟିଆର ପରବିନ୍ଧର, ଟୁତକୁଡ୍ଡିରୁ ଏନ ନଗେନ୍ଦ୍ରନ ଓ କନ୍ୟାକୁମାରୀରୁ ପି ରାଧାକ୍ରିଷ୍ଣନଙ୍କୁ ବିଜେପି ପ୍ରାର୍ଥୀ କରିଛି । 

 ସୂଚନାଯୋଗ୍ୟ, ଏହାପୂର୍ବରୁ ବିଜେପି ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ପ୍ରଥମ ପର୍ଯ୍ୟାୟରେ ୧୯୫ଟି ଆସନ୍‌ ଏବଂ ଦ୍ବିତୀୟ ତାଲିକାରେ ୭୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ବିଜେପି । ତେବେ ବିଜେପି ତାମିଲନାଡୁର ମୋଟ ୩୯ଟି ଲୋକସଭା ଆସନରୁ ୨୦ଟିରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ଏହି ୨୦ଟି ଆସନ ମଧ୍ୟରୁ ଦଳ ଆଜି କେବଳ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

  • BJP
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.