ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ବିଏମ୍‌ସି ଷ୍ଟାଣ୍ଡିଂ କମିଟି ନିର୍ବାଚନରେ କେଁ... ଅଧ୍ୟକ୍ଷ ପଦକୁ ନେଇ ଟଣାଓଟରା

ଭୁବନେଶ୍ୱର,୧୮/୦୬: ସରକାର ବଦଳିବା ପରେ ସବୁ ପୌର ସଂସ୍ଥାରେ ରାଜନୀତି ସରଗରମ ହୋଇଛି । ବିଏମ୍‌ସିରେ ମଧ୍ୟ କେଁ ପଶିବା ଆରମ୍ଭ ହେଲାଣି । ନିର୍ବାଚନ ପୂର୍ବରୁ ଦୁଇ ହେଭି ୱେଟ୍‌ କର୍ପୋରେଟର ବିଧାୟକ ପାଇଁ ମନ ବଳାଇଥିଲେ । ଡର୍ଜନେ କର୍ପୋରେଟରଙ୍କୁ ଧରି ବୈଠକ କରିଥିଲେ । କଷ୍ଟେ ମଷ୍ଟେ ବିଜେଡି ସୁପ୍ରିମୋ ତାଙ୍କୁ ବୁଝାଇ ବିଭିନ୍ନ ଜିଲ୍ଲାକୁ ପର୍ଯ୍ୟବେକ୍ଷକ ଭାବେ ପଠାଇଥିଲେ । ସରକାର ରହିଥିଲେ ହୁଏତ କିଛି ଫରକ ପଡ଼ିନଥାନ୍ତା । ଏବେ ସରକାର ବଦଳିବା ପରେ ଅବସ୍ଥା ସଙ୍ଗୀନ  ଆଡ଼କୁ ଯାଉଛି । ବିଏମ୍‌ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦକୁ ନେଇ ଟଣାଓଟରା ଆରମ୍ଭ ହେଲାଣି । ଯେଉଁମାନେ ସରକାରଙ୍କ ବୋଲ ମାନି କାମ କରିଥିଲେ, ସେମାନେ କମିଟି ଦାବି କରୁଛନ୍ତି । ଅପର ଗୋଷ୍ଠୀ ବୁଝାମଣା କରିବାକୁ ନାରାଜ । ଏହାରି ଭିତରେ ଆଗାମୀ  ୨୧ ତାରିଖରେ ବିଏମ୍‌ସିରେ ହେବାକୁ ଥିବା  ଷ୍ଟାଣ୍ଡିଂ କମିଟି ନିର୍ବାଚନ ସରଗରମ ହେବା  ନେଇ ଚର୍ଚ୍ଚା ଧରିଛି ।  

ବିଏମ୍‌ସି କର୍ପୋରେସନ ବୈଠକ  ଆସନ୍ତା ୨୮ରେ ହେବ । ତା’ପୂର୍ବରୁ ଚଳିତ ବର୍ଷର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ନୂଆ ଅଧ୍ୟକ୍ଷ ନିର୍ବାଚିତ ହେବେ । କମିଟିର ସଦସ୍ୟ ମାନେ ନୂଆ  ଅଧ୍ୟକ୍ଷ ଚୟନ କରିବା ନିୟମ ରହିଛି ।  ୨୧ରେ ଏନେଇ ନିର୍ବାଚନ ହେବ । ୨୪ରେ  ସବୁ କମିଟିର ବୈଠକ ସରିବ । 

ହେଲେ ଏଥର ନିର୍ବାଚନ ଟିକେ  ରୋଚକ ହେବ । ବିଶେଷ କରି ଟାଣୁଆ  ବିଭାଗ ତଥା ୱାର୍କସ୍‌, ସ୍ୱାସ୍ଥ୍ୟ ଓ ପରିମଳ,  ଡ୍ରେନେଜ ବିଭାଗରେ ଟଣାଓଟରା ହେବା  ନେଇ ଆଶଙ୍କା କରାଯାଉଛି । ବର୍ତ୍ତମାନ  ୱାର୍କସ୍‌ କମିଟିର ଅଧ୍ୟକ୍ଷ ଅମରେଶ ଜେନା  ଅଛନ୍ତି । ସେ ମଧ୍ୟନିର୍ବାଚନ ମଣ୍ଡଳୀରୁ  ଆଶାୟୀ ଥିଲେ । ବିଜେଡି ତାଙ୍କୁ ସେଠାରୁ  ଟିକଟ ନ ଦେବାରୁ ସେ ଅସନ୍ତୁଷ୍ଟ ରହିଛନ୍ତି । ବିଧାୟକ ବି ହାରୁ ହାରୁ ମାତ୍ର ୩୭ ଖଣ୍ଡ  ଭୋଟରେ ଜିତିଛନ୍ତି । ବର୍ତ୍ତମାନର  ମଧ୍ୟ ବିଧାୟକଙ୍କ ଶିବିରର କୌଣସି  କର୍ପୋରେଟର ଯଦି ଷ୍ଟାଣ୍ଡିଂ କିମିଟି  ନିର୍ବାଚନ ପାଇଁ ନାମାଙ୍କନ ଭରିବେ, ତାହାଲେ  ଭୋଟ ହେବ । ସଦସ୍ୟ ଥିବା ବିଜେଡି ଭୋଟ  ୨ଭାଗ ହେବ । ସେହିପରି ବିରଞ୍ଚି ନାରାୟଣ  ମହାସୂପକାରଙ୍କ ହାତରେ ପରିମଳ, ସ୍ୱାସ୍ଥ୍ୟ,  ଡ୍ରେନେଜ, ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି ।  ସେ ମଧ୍ୟ ଏକାମ୍ର ଆସନରୁ ବିଧାୟକ ପଦ  ପାଇଁ ଆଶାୟୀ ଥିଲେ । ଏକାମ୍ରରୁ ବିଜେଡି  ବିଧାୟକ ହାରିଛନ୍ତି । 

ଏବେ ସେଠି ବି  କର୍ପୋରେଟର ଗୋଷ୍ଠୀ ୨ଫାଳ ।  ଉଭୟଙ୍କ ବିପକ୍ଷରେ ଏବେ ବିଦ୍ରୋହ  ସୃଷ୍ଟି ହେଲାଣି । ଦଳ ବିରୋଧୀ କାର୍ଯ୍ୟ  ଅଭିଯୋଗ ଆଣି ଏକାଧିକ କର୍ପୋରେଟର  ମେଳି ବାନ୍ଧିଲେଣି । ଆଜି ମେୟର  ସୁଲୋଚନା ଦାସ ବିଜେଡି ସୁପ୍ରିମୋଙ୍କୁ  ଭେଟିବାକୁ ସାଙ୍ଗରେ ଉଭୟଙ୍କୁ ଧରି  ନବୀନ ନିବାସ ଯାଇଥିଲେ । ହେଲେ  ସେଠାରେ ୨ ନିର୍ବାଚନ ମଣ୍ଡଳୀର ଏକାଧିକ  କର୍ପୋରେଟର ଯୋଗ ଦେଇନଥିଲେ ।  ଗୋଟିଏ ପଟେ ଅସନ୍ତୁଷ୍ଟ ୨ନେତା ବିରଞ୍ଚି  ଓ ଅମରେଶଙ୍କୁ ମନାଇବାକୁ କସରତ ଚାଲିଛି।  

ଉଭୟଙ୍କୁ ଯଦି ମ୍ୟାନେଜ୍‌ ନ କରାଯାଏ କିମ୍ବା  ଅଧ୍ୟକ୍ଷ ପଦ ନ ଦିଆଯାଏ, ତାହାଲେ ଦଳ  ଡେଇଁବା ନିଶ୍ଚିତ ହେବ । ସେପଟେ ଅନ୍ୟ  ବିଜେଡି କର୍ପୋରେଟର ବିଦ୍ରୋହ କଲେଣି । ଏପରିସ୍ଥିତିରେ ଭୁବନେଶ୍ୱର ବିଜେଡି ୨  ଫାଳ । ସେପଟେ ସ୍ୱାଧୀନ କର୍ପୋରେଟର ବି  ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଲୋଭରେ ।ବିଜେଡିରେ  ମିଶିବା ପୂର୍ବରୁ କିଛି କର୍ପୋରେଟରଙ୍କୁ ଅଧ୍ୟକ୍ଷ  ପଦର ଲୋଭ ଦିଆଯାଇଥିଲା । ହେଲେ ଏବେ ସେମାନଙ୍କୁ ପଦ ନ ମିଳିଲେ ବିଜେପିରେ ମିଶିବାକୁ ଗୋଡ଼ ଠିଆ କଲେଣି । ଅର୍ଥ, ଶିକ୍ଷା ଓ ସଂସ୍କୃତି, ସାଧାରଣ ଅଭିଯୋଗ,  କର୍ପୋରେସନ ଏଷ୍ଟାବ୍ଲିସମେଣ୍ଟ,  ଲାଇସେନ୍ସ ଭଳି ବିଭାଗରେ ମଧ୍ୟ  ଏକାଧିକ ଆଶାୟୀ ରହିଛନ୍ତି । ତେଣୁ କାହାକୁ  କେଉଁଥିରେ ଥଇଥାନ କରାଯିବ ସେ ନେଇ  ଏବେଠୁ ଅଙ୍କ କଷା ହେଲାଣି ।  

ବିଜେପି ସରକାର ଗଢ଼ିଛି । ଏକାମ୍ରରୁ  ବିଧାୟକ ବାବୁ ସିଂ, ସାଂସଦ ଅପରାଜିତା  ଷଡ଼ଙ୍ଗୀ ଏଥର ବିଏମ୍‌ସି କର୍ପୋରେସନ  ବୈଠକରେ ବସିବେ । ତେଣୁ ବିଜେପିର ବଳ  ବଢ଼ିବ । ଏହାକୁ ସାମନା କରିବାକୁ ହେଲେ  ବିଜେଡିକୁ ଏକାଠି ହେବାକୁ ପଡିବ । ନ  ହେଲେ ସବୁ ଅଙ୍କ ଗୋଳମାଳିଆ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.