ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ

କୃଷ୍ଣପ୍ରସାଦ,୦୪/୦୩: ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା। ସୋମବାର ସକାଳ ସାଢେ ୮ଟା ସମୟରେ ସାତପଡ଼ାରୁ ଯାତ୍ରୀଙ୍କୁ ନେଇ ଯାତ୍ରୀବାହୀ ଡ଼ଙ୍ଗାଟି ଜହ୍ନିକୁଦା ଅଭିମୁଖେ ଯାଉଥିବା ବେଳେ ମଝି ଚିଲିକାର ତାଟବାଡ଼ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯାତ୍ରୀବାହିୀ ଡ଼ଙ୍ଗାଟି ଅଟକି ରହିଥିଲା। ଫଳରେ ଅସହ୍ୟ ଗୁଳୁଗୁଳି ଯୋଗୁଁ ସେଥିରେ ଥିବା ଯାତ୍ରୀମାନେ ଭୟଭୀତ ହୋଇପଡିଛନ୍ତି। ସେଥିରେ ୧୫ଟି ବାଇକ ସହ ୩୦ ଯାତ୍ରୀ ଥିବା ଜଣାପଡିଛି।

ଚିଲିକାରେ  ଡ଼ଙ୍ଗା ମେସିନ ତ୍ରୁଟି ଯୋଗୁଁ ଅନେକ ସମୟରେ ଏଭଳି ସମସ୍ୟା ଦେଖାଦେଉଥିବା ବେଳେ ଦୈନଦିନ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଅଞ୍ଚଳବାସୀ ଓ ପର୍ଯ୍ୟଟକମାନେ ଏଭଳି ସମ୍ମୁଖୀନ ହେଉଥିବାରୁ  କ୍ଷୋଭ ପ୍ରକାଶ କରିଛନ୍ତି । ଦୀର୍ଘ ଏକଘଣ୍ଟା ପରେ ଅନ୍ୟ ଏକ ଡ଼ଙ୍ଗା ଆସି ଡ଼ଙ୍ଗାକୁ କୂଳକୁ ନେବା ପରେ ସେଥିରେ ଥିବା ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି। ଚିଲିକାରେ ଏଭଳି ବାରମ୍ବାର ଅଘଟଣ ଘଟୁଥିଲେ ସୁଧା ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.