ପ୍ରମୂଖ ଖବର

କୂଅରୁ ୯ ମାସ ଛୁଆର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନୂଆପଡ଼ା, ୦୯।୦୨ : କୂଅରୁ ୯ ମାସ ଶିଶୁପୁତ୍ରର ମୃତଦେହ ଉଦ୍ଧାର। ନୂଆପଡ଼ା ଜିଲ୍ଲା କୋମନା ଥାନା ବିରୁନପଦର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଶିଶୁପୁତ୍ର ବିରୁନପଦର ଗାଁର ଅଭିମନ୍ୟୁ ପଟେଲଙ୍କ ପୁଅ ସୌମ୍ୟ ପଟେଲ ବୋଲି ଜଣାପଡ଼ିଛି। କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଶୁକ୍ରବାର ପୂର୍ବାହ୍ନରେ କୋମନା ଥାନା ବିରୁନପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଖୋଲା କୂଅରେ ଜଣେ ୯ ମାସର ଶିଶୁପୁତ୍ର ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ କୋମନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ରକୁ କୂଅରୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ଶିଶୁପୁତ୍ରର ମୃତ୍ୟୁ ହୋଇ ସାରିଥିଲା । ଏବେ କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଶିଶୁପୁତ୍ର କୂଅରେ ପଡିଲା, ତାର କାରଣ ଅସ୍ପଷ୍ଟ ରହିଛି। ଶିଶୁକୁ କେହି କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.