ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ପଡ଼ିଆରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପ୍ରେମ ଜନିତ ହତ୍ୟା ସନ୍ଦେହ

ବାରିପଦା, ୨୩।୬: ବାରିପଦା ସଦର ଥାନା ଅନ୍ତର୍ଗତ ରଜାବସା ପଡ଼ିଆରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ବାରିପଦା ସଦର ଥାନା ଅଧିକାରୀଣି ମଧୁସ୍ମିତା ମହାନ୍ତି ସଦଳବଳେ ରବିବାର ସକାଳୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୃତ ମହିଳା ଜଣକ ହେଲେ ସ୍ଥାନୀୟ ରଜାବସା ଅଞ୍ଚଳର ଗୋଲାପୀ ମଣି ଟୁଡୁ । କୌଣସି କାରଣ ପାଇଁ ମହିଳାଙ୍କୁ ହତ୍ୟା କରି ପକାଇ ଦେଇଥିବାର ନେଇ ସନ୍ଦେହ କରାଯାଉଛି । 

ସୂଚନା ଅନୁଯାୟୀ, ସେ ଶନିବାର ରାତିରେ ତାଙ୍କ ଘର ନିକଟରେ ଥିବା ସମ୍ପର୍କୀୟଙ୍କ ଘରେ ଶୋଇଥିଲେ । ସେଠାରେ କୌଣସି ବ୍ୟକ୍ତି ତାଙ୍କୁ ରାତିରେ ହତ୍ୟା କରି ଆଣି ପଡ଼ିଆରେ ପକେଇ ଦେଇଥିବାର ସନ୍ଦେହ କରାଯାଉଛି । ତେବେ ଏହା ପ୍ରେମ ଜନିତ ହତ୍ୟା ହୋଇଥାଇ ପାରେ ବୋଲି ତାଙ୍କ ଭାଇ ଅନୁମାନ କରୁଛନ୍ତି । ରବିବାର ସକାଳୁ ସ୍ଥାନୀୟ ଲୋକମାନେ ଦେଖି ବାରିପଦା ସଦର ଥାନା ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପାରିପାର୍ଶ୍ୱିକ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଏଥିସହିତ ମୃତଦେହକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପିଆରଏମ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ବାରିପଦା ସଦର ଥାନା ଅଧିକାରୀଣି ମଧୁସ୍ମିତା ମହାନ୍ତି ପ୍ରକାଶ କରିଛନ୍ତି । ଏନେଇ ସଦର ଥାନାରେ ୧୧୮/୨୪ରେ ଏକ ମାମଲା ରୁଜୁ ହୋଇଛି । 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.