ପାଟଣା, ୧୧।୮: କେନ୍ଦୁଝର ଜିଲ୍ଲା ପାଟଣା ଥାନା କୁଦାବେଡ଼ା ଗ୍ରାମରେ ବନ୍ଦ ଘରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ କୁଦାବେଡ଼ା ଗ୍ରାମର ସଞ୍ଜୟ ନାଏକଙ୍କ ପତ୍ନୀ ତୁଳସୀ ନାଏକ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଘରେ କେହି ନଥିବା ସମୟରେ ମହିଳା ଜଣକ ଏଭଳି କରିଥିବାର ଅନୁମାନ କରାଯାଉଛି । ପରିବାର ଲୋକେ ଆସିବା ପରେ ଘରର କବାଟ ଭିତର ପଟରୁ ବନ୍ଦ ଥିବା ଦେଖି ଡାକ ପକାଇଥିଲେ । କବାଟ ନ ଖୋଲିବାରୁ ପରିବାର ଲୋକ କବାଟ ଭାଙ୍ଗି ପରେ ମୃତଦେହ ଥିବା ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ ଘଟଣାସ୍ଥଳରେ ପାଟଣା ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।