ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଲୋକାଲ ଟ୍ରେନ୍‌ରେ ରେସ୍ତୋରାଁ; ୨୪ ଘଣ୍ଟା ଧରି ପରଷାଯାଏ ଖାଦ୍ୟ, କରିପାରିବେ ଅନଲାଇନ୍‌ ଅର୍ଡର

Published By : Prameya | November 28, 2023 3:35 PM

ମୁମ୍ୱାଇ, ୨୮।୧୧: ଲୋକଙ୍କୁ ଆକୃଷ୍ଟ କରିବାକୁ ବର୍ତ୍ତମାନ ନୂଆ ଧରଣର ରେସ୍ତୋରାଁମାନ ଖୋଲୁଥିବା ଦେଖାଯାଉଛି । ଏଥିମଧ୍ୟରେ ‘ରେସ୍ତୋରାଁ ଅନ୍ ହ୍ୱିଲ୍’ ଆଦୌ ନୂଆ ଘଟଣା ନୁହେଁ । ଲୋକେ ପୁରୁଣା ବସ୍, ଟ୍ରେନ୍ ଆଦିକୁ ରୂପାନ୍ତରିତ କରି ଏହାକୁ ରେସ୍ତୋରାଁରେ ପରିଣତ କରୁଛନ୍ତି । ସେହିପରି ଚଳନ୍ତା ଟ୍ରେନ୍ ଭିତରେ ବାଦାମ, ଝାଲମୁଢ଼ି, ତେଲଭାଜି ଆଦି ବିକ୍ରି ହେଉଥିବା ସମସ୍ତେ ଜାଣନ୍ତି । ଏକ୍ସପ୍ରେସ୍ ଟ୍ରେନ୍‌ଗୁଡ଼ିକରେ ଭ୍ରାମ୍ୟମାଣ ରୋଷଶାଳାର ବ୍ୟବସ୍ଥା ମଧ୍ୟ ରହିଛି । ତେବେ କେହି କେବେ ଲୋକାଲ୍ ଟ୍ରେନ୍‌ରେ ପଞ୍ଚତାରକା ହୋଟେଲର ଖାଇବା ବ୍ୟବସ୍ଥା କରିନଥିବେ । ଏଭଳି ଏକ ଭିନ୍ନ ଧରଣର ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ୱାଇ ଲୋକାଲ୍ ଟ୍ରେନ୍‌ରେ । ଦୁଇ ଜଣ ଯୁବକ ଏହି ଟ୍ରେନ୍‌ରେ ଏଭଳି ଏକ ନିଆରା ରେସ୍ତୋରାଁ ଖୋଲିଛନ୍ତି । 

ମୁମ୍ୱାଇର ଲୋକାଲ୍ ଟ୍ରେନ୍‌ରେ ଯାତ୍ରୀଙ୍କୁ ଏହି ସୁବିଧା ପ୍ରଦାନ କରିବା ଲାଗି ସେମାନେ ରେସ୍ତୋରାଁରେ ସମସ୍ତ ବ୍ୟବସ୍ଥା କରିଛନ୍ତି । ଯାହାକି ଚର୍ଚ୍ଚାର ପ୍ରସଙ୍ଗ ହେବା ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ରେସ୍ତୋରାଁର ନାଁ ରଖିଛନ୍ତି ‘ବୁଗି ଉଗି’ । ପ୍ରଥମେ ସେମାନେ ଟ୍ରେନ୍ ଯାତ୍ରୀଙ୍କୁ କାର୍ଡ ବାଣ୍ଟିଛନ୍ତି । ପରେ ସେମାନେ ବଗି ମଧ୍ୟରେ ଫୁଡ୍ ଟେବୁଲର ବ୍ୟବସ୍ଥା କରିଛନ୍ତି । ଏହା ଉପରେ ଧଳା କପଡ଼ା ବିଛାଇ ପ୍ଲେଟ୍, ଚାମଚ ଆଦି ରଖି ଯାତ୍ରୀଙ୍କୁ ଖାଦ୍ୟ ପରଷିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଖାଦ୍ୟ ପରଷିବା ପରେ ଖାଦ୍ୟ ସମ୍ପର୍କିତ ମତାମତ ମଧ୍ୟ ଯାତ୍ରୀଙ୍କଠାରୁ ନେଇଛନ୍ତି । ଏହି ରେସ୍ତୋରାଁ ଅନ୍ ହ୍ୱିଲ୍‌ରେ ପରଷା ଯାଉଥିବା ଖାଦ୍ୟକୁ ଯାତ୍ରୀମାନେ ଖୁବ୍ ପସନ୍ଦ କରିଛନ୍ତି ।     

ସେଣ୍ଟ୍ରାଲ୍ ରେଲୱେ ମୁମ୍ୱାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲଠାରେ ଏହି ରେଷ୍ଟୁରାଣ୍ଟ ଅନ୍ ହ୍ୱିଲ୍ ରେସ୍ତୋରାଁ ଆରମ୍ଭ ହୋଇଛି । ଏହି ଅଞ୍ଚଳରେ ରେସ୍ତୋରାଁଟି ଖୁବ୍ ଲୋକପ୍ରିୟ । କଲ୍ୟାଣ, ଲୋକମାନ୍ୟ ତିଳକ ଟର୍ମିନାଲ ଓ ଠାଣେ ଷ୍ଟେସନଠାରେ ମଧ୍ୟ ରେସ୍ତୋରାଁ ଅନ୍ ହ୍ୱିଲ୍‌ ଆରମ୍ଭ ହେବାକୁ ଯାଉଛି । ପଶ୍ଚିମ ରେଲୱେର ବାନ୍ଦ୍ରା, ବୋରିୱଲି ଓ ସୁରତ ଷ୍ଟେସନଠାରେ ମଧ୍ୟ ଆଗକୁ ଏଭଳି ରେସ୍ତୋରାଁ ସୁବିଧା ଖୁବ୍ ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି । ଏହି ରେସ୍ତୋରାଁ ଅନ୍ ହ୍ୱିଲ୍‌ ମାଧ୍ୟମରେ ପାଖାପାଖି ୪୨ ଲକ୍ଷର ରୋଜଗାର ହେଉଛି । ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ୧୮ ନମ୍ୱର ପ୍ଲାଟଫର୍ମଠାରେ ଲୋକେ ଟ୍ରେନ୍ କୋଚ୍‌ରେ ସ୍ୱାଦିଷ୍ଟ ଖାଦ୍ୟର ମଜା ନେଇପାରିବେ । 

ତେବେ ରେସ୍ତୋରାଁ ଅନ୍ ହ୍ୱିଲ୍‌ର ମେନ୍ୟୁରେ ସାମିଲ ଥିବା ସମସ୍ତ ଖାଦ୍ୟର ଦାମ୍ ଅନ୍ୟ ରେସ୍ତୋରାଁ ଅପେକ୍ଷା ଖୁବ୍ କମ୍ । ରେଲୱେ କୋଚ୍ ନୁମା ରେସ୍ତୋରାଁ ମାଧ୍ୟମରେ ମୋବାଇଲରେ ମଧ୍ୟ ଖାଦ୍ୟ ଅର୍ଡର କରିବାର ସୁବିଧା ପ୍ରଦାନ କରାଯିବ । ଅନଲାଇନ୍‌ରେ ଲୋକେ ଖାଦ୍ୟ ଅର୍ଡର କରିପାରିବେ । ଏହି ରେସ୍ତୋରାଁରେ ୨୪ ଘଣ୍ଟା ସେବା ପ୍ରଦାନ କରାଯାଉଥିବା ବେଳେ ଏଠାରେ ଏକାସାଙ୍ଗେ ୪୦ ଜଣ ଲୋକ ବସି ଖାଇବାର ବ୍ୟବସ୍ଥା ରହିଛି । କେବଳ ରେଳ ଯାତ୍ରୀ ନୁହେଁ, ବାହାର ଲୋକ ମଧ୍ୟ ଏହି ଖାଦ୍ୟର ମଜା ନେଇପାରିବେ । ଏଠାରେ କଣ୍ଟିନେଣ୍ଟାଲ୍, ଦକ୍ଷିଣ ଭାରତୀୟ, ପଞ୍ଜାବୀ ଓ ଗୁଜୁରାଟୀ ଆଦି ଅଞ୍ଚଳର ପ୍ରସିଦ୍ଧ ଖାଦ୍ୟ ମିଳେ । ରେସ୍ତୋରାଁକୁ ଚଳାଇବାକୁ ଜଣେ କଣ୍ଟ୍ରାକ୍ଟରକୁ ନିଯୁକ୍ତି ହୋଇଥିବା ବେଳେ ଖାଦ୍ୟର ଦର ଓ ମେନ୍ୟୁ ସେ ହିଁ ନିର୍ଦ୍ଧାରଣ କରନ୍ତି ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.