ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଧରାତିରେ ଭଙ୍ଗ ହେଲା ବ୍ରିଟେନର ସଂସଦ, ଜୁଲାଇ ୪ରେ ସାଧାରଣ ନିର୍ବାଚନ

ଲଣ୍ଡନ: ସାଧାରଣ ନିର୍ବାଚନ ପୂର୍ବରୁ ଗତକାଲି ମଧ୍ୟରାତ୍ରିରେ ବ୍ରିଟେନର ସଂସଦ ଭଙ୍ଗ କରିଦିଆଯାଇଛି । ଏହା ସହ ଜୁଲାଇ ୪ରେ ସାଧାରଣ ନିର୍ବାଚନ ପାଇଁ ୫ ସପ୍ତାହର ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗତକାଲି ରାତି   ୧୨ଟା ୧ ମିନିଟରେ ସଂସଦର ସମସ୍ତ ୬୫୦ ଆସନ୍‌ ଖାଲି ହୋଇଛି । ଏହା ପରେ ଏହି ଆସନ ଲାଗି ନିର୍ବାଚନ ହେବ । ଏଥର ବ୍ରିଟନେ୍‌ରେ ସମୟ ପୂର୍ବରୁ ନିର୍ବାଚନ ଲାଗି ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ଋ‌ଷି ସୁନକ । ସେପଟେ ବ୍ରିଟେନ୍‌ରେ କନଜର୍ଭେଟିଭ୍ ପାର୍ଟି ନେତା ଋଷି ସୁନକଙ୍କ ବିରୋଧୀ ହାଓ୍ବା ଜୋର ଧରିଥିବା ବେଳେ ଲେବର ପାର୍ଟି ସରକାର କରିପାରେ ବୋଲି ଚର୍ଚ୍ଚା ଲାଗିରହିଛି ।

୨୦୨୨ରେ ଶାସକ ଦଳ କନଜର୍ଭେଟିଭ୍ ପାର୍ଟି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରିନଥିଲା । ନିର୍ବାଚନ ପରେ ଦଳର ସଂସଦୀୟ ବୋର୍ଡ ସୁନକଙ୍କୁ ନେତା ଭାବେ ନିର୍ବାଚିତ କରିଥିଲା । ଜାନୁଆରୀ ୨୦୨୫ରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ଥିଲା । କିନ୍ତୁ ସୁନକ୍ ଏହାକୁ ୭ ମାସ ପୂର୍ବରୁ ଘୋଷଣା କରି ଚର୍ଚ୍ଚାକୁ ଆସିଛନ୍ତି । ଏଥର କିନ୍ତୁ ଋଷି ସୁନକଙ୍କ ପାଇଁ ବିଜୟର ରାସ୍ତା ସହଜ ହେବନି ।

ଋଷି ସୁନକ୍ ତାଙ୍କ ସରକାରର ଭଲ କାମ ବାବଦରେ କହିଆସୁଥିଲେ ମଧ୍ୟ ନିଜ ଦଳର ନେତାମାନଙ୍କ ବିରୋଧର ସମ୍ମୁଖୀନ ହେଉଛନ୍ତି । ଶାସକ କଞ୍ଜରଭେଟିଭ୍ ପାର୍ଟିର ଏକ ସୂତ୍ର ବିବିସିକୁ କହିଥିଲା ଯେ ଦଳର କିଛି ସାଂସଦ ଋଷି ସୁନକଙ୍କ ବିରୋଧରେ ଅବିଶ୍ୱାସ ଭୋଟ୍ ପାଇଁ ଆହ୍ୱାନ କରୁଛନ୍ତି । ଜଣେ ସାଂସଦ ଦଳର ବର୍ତ୍ତମାନର ବାତାବରଣକୁ ଆତଙ୍କିତ ବୋଲି କହିଛନ୍ତି । ନିର୍ବାଚନରେ କନଜର୍ଭେଟିଭ୍ ପାର୍ଟିରୁ ସୁନକ୍ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ।

ସେହିପରି ଲେବର ପାର୍ଟିର ନେତା ସାର୍ କିର ଷ୍ଟାରମର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି । ଯିଏ ବ୍ରିଟେନରେ ଜଣେ ପ୍ରଭାବଶାଳୀ ନେତା । ଷ୍ଟାରମର ଏପ୍ରିଲ ୨୦୨୦ରୁ ଲେବର ପାର୍ଟିର ନେତା ଅଛନ୍ତି । ଅନେକ ଜନମତ ସର୍ବେକ୍ଷଣରେ ଲେବର ପାର୍ଟି ସୁନକଙ୍କ କନଜର୍ଭେଟିଭ୍ ପାର୍ଟି ଠାରୁ ବହୁତ ଆଗରେ ରହିଛି । ତେବେ ସମୟ ପୂର୍ବରୁ ନିର୍ବାଚନ କରାଇ ଋଷି ସୁନକ କେତେ ସଫଳ ହେବେ ତାହା ନିର୍ବାଚନ ଫଳାଫଳରୁ ଜଣାପଡ଼ିବ ।

  • Rishi Sunak
  • Britain
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.