ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ୟୁପିର ୯ ସିଟରେ ବିଏସପି କଲା ପ୍ରାର୍ଥୀଙ୍କ ଘୋଷଣା

ନୂଆଦିଲ୍ଲୀ, ୨୪/୩ :  ଲୋକସଭା ନିର୍ବାଚନ ଲାଗି ବହୁଜନ ସମାଜ ପାର୍ଟି(ବିଏସପି) ରବିବାର ୨୫ପ୍ରାର୍ଥୀଙ୍କ ସୂଚୀ ଜାରି କରିଛି । ବିଏସପି ରାଷ୍ଟ୍ରୀୟ ମହାସଚିବ ମୋବାଲାଲା ଗୌତମ ଏହି ଲିଷ୍ଟକୁ ଜାରି କରିଛନ୍ତି । ବସପା ରବିବାର ପୂର୍ବାହ୍ନରେ ୧୬ ଏବଂ ପରେ ସନ୍ଧ୍ୟାରେ ୯ ସିଟ ଲାଗି ପ୍ରାର୍ଥୀ ଘୋଷଣା କରିଛି ।

ବସପା ହାଥରସ ସିଟରୁ ହେମବାବୁ ଧନଗର, ମଥୁରା ସିଟରୁ କମଳାକାନ୍ତ ଉପମନ୍ୟୁ, ଆଗରାରୁ ପୂଜା ଅମରୋହୀ, ଫତେହପୁର ସିକରୀରୁ ରାମନିବାସ ଶର୍ମା, ଫିରୋଜାବାଦରୁ ସତ୍ୟେନ୍ଦ୍ର ଜୈନ ସୋଲୀ, ଇଟାବାରୁ ସରିକ ସିଂହ ବଘେଲ, କାନପୁରରୁ କୂଲଦୀପ ଭଦୋରିୟା, ଅକବରପୁରରୁ ରାଜେଶ କୁମାର ଦ୍ବିବେଦୀ ଏବଂ ଜାଲେନରୁ ସୁରେଶ ଚନ୍ଦ୍ର ଗୌତମଙ୍କୁ ପ୍ରାର୍ଥୀ କରାଯାଇଛି ।

ଏହାପୂର୍ବରୁ ଦିନରେ ବସପା ସହାରନପୁରରୁ ମଜିଦ ଅଲ୍ଲୀଙ୍କୁ ଟିକେଟ ଦେଇଥିଲେ । ସେହଭଳି ବସପା ତରଫରୁ ଅମରୋହା ସିଟରୁ ମୁଜାହିଦ ହୁସେନଙ୍କୁ ପାର୍ଟି ପ୍ରାର୍ଥୀ କରାଯାଇଛି । ପ୍ରକାଶ ଯେ କଂଗ୍ରେସ ଏହି ସିଟରେ ପୂର୍ବ ବସପା ନେତା ଦାନିଶ ଅଲୀଙ୍କୁ ମୈଦାନରେ ଓହ୍ଲାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.