ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଏସପି ଛାଡି ବିଜେପିରେ ସାମିଲ ହେଲେ ସାଂସଦ ରିତେଶ ପାଣ୍ଡେ, ମୋଦୀଙ୍କ ସହ ସଂସଦ କ୍ୟାଣ୍ଟିନରେ ମଧ୍ୟାହ୍ନ ଭୋଜନ କରି ରହିଥିଲେ ଚର୍ଚ୍ଚାରେ…

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟିରୁ ଇସ୍ତଫା ଦେଲେ ସାଂସଦ ରିତେଶ ପାଣ୍ଡେ । ସେ ଏବେ ବିଜେପିରେ ସାମିଲ ହୋଇଛନ୍ତି । ୟୁପିର ଆମ୍ବେଦକର ନଗର ଆସନରୁ ଲୋକସଭା ସାଂସଦ ରିତେଶ ପାଣ୍ଡେ ରବିବାର ବହୁଜନ ସମାଜ ପାର୍ଟି (ବିଏସପି) ରୁ ଇସ୍ତଫା ଦେଇଛନ୍ତି। ନିକଟରେ ସେ ସଂସଦ କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟାହ୍ନ ଭୋଜନ କରୁଥିବା ଦେଖିବାକୁ ମିଳିଥିଲା । ମାୟାବତୀ ନେତୃତ୍ୱାଧୀନ ବିଏସପିକୁ ଲୋକସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଝଟକା ଲାଗିଛି । ସେ ମାୟାବତୀଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ଦଳରେ ତାଙ୍କ ପ୍ରତି ଅବହେଳା ହେଉଥିଲା, ଏହି କାରଣରୁ ସେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ।

ରବିବାର ଅପରାହ୍ନରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଏବଂ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ରିତେଶ ପାଣ୍ଡେ ଦଳରେ ଯୋଗ ଦେଇଛନ୍ତି । ଗତ କିଛି ଦିନ ହେବ ସେ ବିଏସପି ଛାଡି ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ରିତେଶ ପାଣ୍ଡେ ତାଙ୍କ ଇସ୍ତଫା ପୋଷ୍ଟ କରିଛନ୍ତି। ଏଥିରେ ସେ ଲୋକସଭା ଏବଂ ଉତ୍ତରପ୍ରଦେଶ ବିଧାନସଭାରେ ବିଏସପିର ପ୍ରତିନିଧିତ୍ୱ କରିଥିବାରୁ ମାୟାବତୀ ଏବଂ ଦଳର ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାର୍ଯ୍ୟକର୍ତ୍ତାଙ୍କ ମାର୍ଗଦର୍ଶନ ଏବଂ ସହଯୋଗ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି । ସୂଚନାଥାଉକି, ଫେବୃଆରୀ ୯ ରେ ପିଏମ ମୋଦୀଙ୍କ ସହ ମଧ୍ୟାହ୍ନ ଭୋଜନ ପରେ ସେ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସା ମଧ୍ୟ କରିଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.