ଭୁବନେଶ୍ବର,୨୫/୦୫: ୨୩ ମେ' ୨୦୨୪ (ଗୁରୁବାର) ଦିନ ବଡ଼ଝରିଲୋ ମୈତ୍ରିବିହାର ଠାରେ ବୁଦ୍ଧପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପ୍ରାୟ ୨୦୦ ରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇ ବୁଦ୍ଧ, ଧର୍ମ ଓ ସଂଘ ପ୍ରତି ନିଜ ନିଜର ଆସ୍ଥା ପ୍ରକଟ କରିଥିଲେ। ସେହିଦିନ ଯୁବ ଶିବିରର ଉଦଯାପନ ଉତ୍ସବ ଥିବାରୁ ପ୍ରାୟ ୫୦ରୁ ଅଧିକ ଯୁବକ/ ଯୁବତୀ ଏଥିରେ ଯୋଗ ଦେଇଥିଲେ।
ଏଥିରେ ଉତ୍ସାହିତ ହୋଇ ଆଦରଣୀୟ ଭନ୍ତେ ଆନନ୍ଦ ବୋଧିଜୀ, ଭଗବାନ ବୁଦ୍ଧଙ୍କର ଶିକ୍ଷା କିପରି ସ୍ବତନ୍ତ୍ର, ବୈଜ୍ଞାନିକ ମନୋଭାବ ପୂର୍ଣ୍ଣ, ମୁକ୍ତ ଚିନ୍ତାଧାର ଜଡ଼ିତ, ମେଧା ଉପଯୋଗକାରୀ ଏବଂ ତତ୍ସହିତ ଏହାକୁ ମଣିଷ ଜୀବନରେ ଉପଯୋଗ କରିବା ସମୟରେ ମଙ୍ଗଳ, ଭବିଷ୍ୟତ ଜୀବନରେ ମଧ୍ୟ ମଙ୍ଗଳକାରୀ ଓ ଆଗାମୀ ଜନ୍ମରେ ମଧ୍ୟ ମଙ୍ଗଳ ହିଁ ମଙ୍ଗଳ କରିଥାଏ; ସେ ବିଷୟରେ ଉଦାହରଣ ଦେଇ ବୁଝାଇଥିଲେ। ଭଗବାନ ବୁଦ୍ଧ ଲୁମ୍ବିନୀ ଠାରେ ଏହି ଦିନ ଜନ୍ମଗ୍ରହଣ କରିଥିଲେ। ମାନବ ସମାଜର ହୀତ ଦୃଷ୍ଟିରୁ ସାରା ପୃଥିବୀକୁ ଦୁଃଖର କରାଳ ଛାୟାରୁ ମୁକ୍ତ କରିବା ପାଇଁ ସେ ୨୯ ବର୍ଷ ବୟସରେ ଗୃହ ତ୍ୟାଗ କରିଥିଲେ।
ଦୀର୍ଘ ଛ' ବର୍ଷ କା କଠୋର ଧ୍ୟାନସାଧନା କରି ଆଜିର ବୈଶାଖ ପୂର୍ଣ୍ଣିମା ଦିନ ବୋଧଗୟା ଠାରେ ବୋଧୀ ବୃକ୍ଷ ମୂଳରେ ବୋଧି ବା ନିର୍ବାଣ ପ୍ରାପ୍ତି କରିଥିଲେ। ନିର୍ବାଣ ପ୍ରାପ୍ତି ପରେ ଦିର୍ଘ ୪୫ ବର୍ଷ ଧରି ସେ ଉକ୍ତ ଶିକ୍ଷାକୁ ଜଗତର କଲ୍ୟାଣ ଊଦ୍ଦେଶ୍ୟରେ 'ବହୁଜନ ହିତାୟ ଓ ବହୁଜନ ସୁଖାୟ' ନୀତିରେ ଗାଁ ଗାଁ ବୁଲି ଶିକ୍ଷା ଦେଇଥିଲେ। ୮୦ ବର୍ଷ ବୟସରେ କୁସିନଗର ଠାରେ ଆଜିର ଦିନରେ ମହାପରିନିର୍ବାଣ ପ୍ରାପ୍ତ କରିଥିଲେ। ଏ ପୃଥିବୀକୁ ବହୁତ ଗୁରୁ ଆସିଛନ୍ତି କିନ୍ତୁ ଭଗବାନଙ୍କ ପରି ଏପରି କେହି ନାହାନ୍ତି ଯେ, ନିଜର ଅସ୍ଥିତ୍ବକୁ ମଧ୍ୟ ନଷ୍ଟ କରିବାକୁ ପଛାଇ ନାହାନ୍ତି। କଲାମ ଆମକୁ ଉପଦେଶ ଦେବା ପ୍ରସଙ୍ଗରେ ସେ କହିଛନ୍ତି,' ହେ କାଲାମମାନେ, ତୁମେମାନେ କାହାକୁ ବିଶ୍ବାସ କରିବା ପୂର୍ବରୁ ପୂରା ପରୀକ୍ଷା ନୀରିକ୍ଷା କରିବା ଆବଶ୍ୟକ। ତୁମେ ବିନା
ପରୀକ୍ଷାରେ କାହାରି କଥା, ଏପରିକି ମୋର କଥା ମଧ୍ୟ ବିଶ୍ବାସ କରନାହିଁ।' ସେ ପ୍ରସ୍ତୁତ କରିଥିବା ସଂଘ କେବଳ ଧର୍ମକୁ ରକ୍ଷାକରିବା ଉଦ୍ଦେଶ୍ୟରେ ସମର୍ପିତ। କିନ୍ତୁ ତାଙ୍କୁ ପ୍ରଥମ ମିସନାରୀ ବୋଲି ଅଭିହିତ କରିବା ଖୁବ ଦୁଃଖଦାୟକ ଅଟେ। ସେ ମଧ୍ୟ ଦୁଃଖବାଦି ନୁହଁନ୍ତି ବରଂ ସମଗ୍ର ମାନବ ସମାଜର ଦୁଃଖର ବିରୋଧ ପାଇଁ ସାରା ଜୀବନ ଲଗାଇ କାମ କରିଛନ୍ତି। ଏହି ବୈଶାଖ ପୂର୍ଣ୍ଣିମାରେ ତାଙ୍କ ପ୍ରଦର୍ଶୀତ ମାର୍ଗରେ ଚାଲିପାରିଲେ ତାହା ମାନବ ଜାତି ପାଇଁ ଆଶୀର୍ବାଦ ଭଳି କାର୍ଯ୍ୟ କରିବ ବୋଲି ଭନ୍ତେଜୀ ଲୋକମାନଙ୍କୁ ଏବଂ ନିର୍ଦ୍ଦିଷ୍ଟ ଭାବରେ ଯୁବକ/ଯୁବତୀ ମାନଙ୍କୁ ବୁଝାଇଥିଲେ। ପ୍ରଜ୍ଞା ଫାଉଣ୍ଡେସନ୍ ତରଫରୁ ଏହାକୁ ଆୟୋଜନ କରାଯାଇଥିଲା।