ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନରେ ଲାଗୁଥିବା ବସ୍‌ ଭଡ଼ା ବଢ଼ିଲା:୨୦ ସିଟ୍‌ ପାଇଁ ଦିନକୁ ୨୦୦, ୪୦ ସିଟ୍‌ ପାଇଁ ୪୦୦ ଟଙ୍କା

ଭୁବନେଶ୍ୱର,୩୦/୦୩: ନିର୍ବାଚନ ପାଇଁ ଭଡ଼ାସୂତ୍ରରେ ଲାଗୁଥିବା ବସ୍‌ର ଦର ବଢ଼ାଇଛନ୍ତି  ସରକାର । ନିର୍ବାଚନ କାର୍ଯ୍ୟରେ ୨୦ ସିଟ୍‌ ବିଶିଷ୍ଟ ବସ୍‌ ଲାଗିଲେ ଦିନକୁ ୨୦୦ ଟଙ୍କା ଅଧିକ ଭଡ଼ା ମିଳିବ । ୨୧ରୁ ୩୧ ସିଟ୍‌ ଥିବା ବସ୍‌ ଭଡ଼ା ଦୈନିକ ୨୫୦  ଟଙ୍କା, ୩୨ରୁ ୪୦ ସିଟ୍‌ ବିଶିଷ୍ଟ ବସ୍‌ ପାଇଁ ୩୫୦  ଟଙ୍କା, ୪୦ରୁ ଅଧିକ ବସ୍‌ ପାଇଁ ୪୦୦ ଟଙ୍କା ଭଡ଼ା  ବଢ଼ାଯାଇଛି । ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ  ବିଜ୍ଞପ୍ତି ଅନୁସାରେ ଏହି ନୂଆ ଦର ଲାଗୁ ହୋଇଛି ।  

୨୦୨୩ ସେପ୍ଟେମ୍ବର ପହିଲାରେ ନିର୍ବାଚନ  କାର୍ଯ୍ୟରେ ଲାଗୁଥିବା ଗାଡି଼ର ଦର ବଢ଼ାଯାଇଥିଲା ।  ୨୦ ସିଟ୍‌ ବିଶିଷ୍ଟ ବସ୍‌ ଦୈନିକ ୨,୧୫୦ ଟଙ୍କା  ପାଉଥିବା ବେଳେ ଚଳିତ ନିର୍ବାଚନରେ ୨,୩୫୦  ଟଙ୍କା ପାଇବ । ସେହିପରି ୨୧ରୁ ୩୧ ସିଟ୍‌ ଥିବା  ବସ୍‌ ୨,୭୦୦ ଟଙ୍କା ବଦଳରେ ୨,୯୫୦ ଟଙ୍କା,  ୩୨ରୁ ୪୦ ସିଟ୍‌ ଥିବା ବସ୍‌ ୩,୫୦୦ ଟଙ୍କା  ବଦଳରେ ୩,୮୫୦ ଟଙ୍କା, ୪୦ରୁ ଅଧିକ ବସ୍‌  ପାଇଁ ୪,୮୦୦ ଟଙ୍କା ମିଳିବ । କିନ୍ତୁ ୧୦ ଚକିଆ  ଟ୍ରକ ପୂର୍ବ ନିର୍ଦ୍ଧାରିତ ଦର ଅନୁସାରେ ଦୈନିକ  ୩,୦୦୦ ଟଙ୍କା, ୧୨,୦୦୦ କେଜିରୁ ୧୮,୫୦୦  କେଜି ମାଲ ବୋହୁଥିବା ଟ୍ରକ ୨,୬୦୦ ଟଙ୍କା,  ମିନି ଟ୍ରକ ୧,୬୦୦ ଟଙ୍କା, ୪ ଚକିଆ ମାଲ୍‌ବାହୀ  ଗାଡି଼କୁ ୧,୦୦୦ ଟଙ୍କା ମିଳିବ । 

ନିର୍ବାଚନୀ କାର୍ଯ୍ୟରେ  ଟ୍ରାକ୍ଟର ବ୍ୟବହାର ହେଲେ ଦୈନିକ ୧,୧୫୦ ଟଙ୍କା,  ବାଇକ୍‌ ପାଇଁ ୪୦୦ ଟଙ୍କା ମିଳିବ । ଯଦି କୌଣସି ଗାଡି ଗୋଟିଏ ଦିନରେ ୧୨ ଘଣ୍ଟାରୁ ଅଧିକ ସମୟ  ପାଇଁ ନିୟୋଜିତ ହେବ ଉକ୍ତ ଗାଡି଼କୁ ଦିନିକିଆ  ହିସାବରେ ଭଡ଼ା ମିଳିବ । ୧୨ ଘଣ୍ଟାରୁ କମ୍‌  ସମୟ ନିୟୋଜିତ ଗାଡି଼ ମାଲିକଙ୍କୁ ଅଧା ଦିନର  ଭଡ଼ା ଦିଆଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.