ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାୟଜୁ କର୍ମଚାରୀଙ୍କୁ ମିଳିନାହିଁ ଫେବୃଆରୀ ଦରମା; ମାଲିକ କହିଲେ,'ଆମେ ଟଙ୍କା ଦେବାରେ ଅସମର୍ଥ'

Image source: NDTV

ନୂଆଦିଲ୍ଲୀ,୦୨/୦୩: ଶିକ୍ଷାଭିତ୍ତିକ କମ୍ପାନୀ ବାୟଜୁର ସଙ୍କଟ ବଢ଼ିବାରେ ଲାଗିଛି। ବାୟଜୁର ପ୍ରତିଷ୍ଠାତା ବାୟଜୁ ରବିନ୍ଦ୍ରନ ଏବଂ ନିବେଶକଙ୍କ ମଧ୍ୟରେ ବିବାଦର ପ୍ରଭାବ କର୍ମଚାରୀଙ୍କ ଉପରେ ପଡ଼ିବାରେ ଲାଗିଛି। ବାୟଜୁ ରବିନ୍ଦ୍ରନ କହିଛନ୍ତି ଯେ, ନିବେଶକଙ୍କ ସହିତ ବିବାଦ କାରଣରୁ ବାୟଜୁ ଏହାର ଦରମା ଦେବାରେ ଅସମର୍ଥ ହୋଇଛି। ଏହାର ଅର୍ଥ ହେଉଚି ଏବେ ବାୟଜୁର କର୍ମଚାରୀମାନେ ସେମାନଙ୍କ ଫେବୃଆରୀ ମାସ ଦରମା ପାଇବା ପାଇଁ ଅପେକ୍ଷା କରିବାକୁ ହେବ। 

ବାୟଜୁ ରବିନ୍ଦ୍ରନ କହିଛନ୍ତି ଯେ, କିଛି ନିବେଶକଙ୍କ କାରଣରୁ ଅଧିକାର ଆଧାରରେ ସଞ୍ଚିତ ଅର୍ଥକୁ ଏକ ଅଲଗା ଆକାଉଣ୍ଟରେ ରଖାଯାଇଛି। ରବିନ୍ଦ୍ରନ ଅଭିଯୋଗ କରିଛନ୍ତି ଯେ, ନିବେଶକଙ୍କ ଛୋଟ ଗୋଷ୍ଠୀ ନିମ୍ନ ସ୍ଥରକୁ ହ୍ରାସ ପାଇଛି। ଆମେ ଆପଣଙ୍କ ପରିଶ୍ରମରୁ ଆୟ ହୋଇଥିବା ଅର୍ଥର ଉପଯୋଗ କରିବାରେ ଅସମର୍ଥ।

ବାୟଜୁ ରବିନ୍ଦ୍ରନଙ୍କ କହିବା ମୁତାବକ ଅଧିକାର ଆଧାରରେ ସଞ୍ଚିତ ଅର୍ଥ ବର୍ତ୍ତମାନ ଏକ ଅନ୍ୟ ଆକାଉଣ୍ଟରେ ରହିଛିି। କିନ୍ତୁ ଦୁଃଖର କଥା ହେଲା, ଏଥିମଧ୍ୟରୁ କିଛି ନିବେଶକ ପ୍ରଥମରୁ ପ୍ରର୍ଯ୍ୟାପ୍ତ ଆୟ କରିସାରିଛନ୍ତି। ବାୟଜୁ ରବିନ୍ଦ୍ରନ ତାଙ୍କ କର୍ମଚାରୀଙ୍କୁ କହିଛନ୍ତି ଯେ, ଆମେ ଅସ୍ଥାୟୀ ଭାବେ ଆପଣଙ୍କୁ ସେହି ଆର୍ଥିକ ସହାୟତା ପ୍ରଦାନ କରିବାରେ ଅସମର୍ଥ, ଯାହା ଉପରେ ଆପଣଙ୍କ ହକ୍‌ ରହିଛି। ତେବେ କହିରଖୁଛୁ ଯେ, ଆପଣଙ୍କ ବେତନ ମାର୍ଚ୍ଚ ୧୦ ତାରିଖ ମଧ୍ୟରେ ଦେଇ ଦିଆଯିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.