ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କ୍ୟାମେରାମ୍ୟାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

 ମାଲକାନଗିରି,୨।୬ (ଆପ୍ର ):  ମାଲକାନଗିରି ଜିଲ୍ଲାର ବରିଷ୍ଠ କ୍ୟାମେରାମ୍ୟାନ ଭିକି ଶଗଡିଆଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଜିଲ୍ଲା ସଦର ମହକୁମାର ଟାଗୋର ସୋସାଇଟି ନିକଟରେ ଥିବା ତାଙ୍କ ବାସ ଭବନ ମଧ୍ୟରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । 

ଭିକି ଦୀର୍ଘ ବର୍ଷ ଧରି କ୍ୟାମେରା ମ୍ୟାନ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଗତ କିଛି ମାସ ହେଲା ସେ କୌଣସି ସଂସ୍ଥା ସହ ଜଡିତ ନଥିଲେ । ତେବେ ଗତ ୬ ମାସ ପୂର୍ବେ ତାଙ୍କ ପିତାଙ୍କ ଦେହାନ୍ତ ହେବା ପରେ ସେ ଏକପ୍ରକାର ଭାଙ୍ଗି ପଡିଥିବା ବେଳେ ମାନସିକ ଚାପରେ ରହୁଥିବା ସୂଚନା ମିଳିଛି । ଏହାରି ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ସେ ଘରକୁ ଆସିଥିବା ବେଳେ ଆଜି ଭୋରୁ ତାଙ୍କ  କୋଠରୀ ମଧ୍ୟରେ ଭିକିଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଇ ପରିବାର ଓ ସ୍ଥାନୀୟ ଲୋକେ ମାଲକାନଗିରି ଥାନା କୁ ଖବର ଦେଇଥିଲେ।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ଏବଂ ଘଟଣାର ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି । 

ଅନ୍ୟପଟେ ଭିକି ବିବାହିତ ଥିବା ବେଳେ ତାଙ୍କର ପତ୍ନୀ ଓ ଦେଢ଼ ବର୍ଷର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି।କିନ୍ତୁ ମୃତ୍ୟୁ ବେଳକୁ ତାଙ୍କ ପତ୍ନୀ ଓ ପୁତ୍ର ଉଭୟ ନବରଙ୍ଗପୁର ବାପ ଘରେ ଥିବା ବେଳେ ଘରେ ତାଙ୍କର ମା’ ଓ ଭଉଣୀ ଥିଲେ। ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ସାମ୍ବାଦିକ ସଙ୍ଗଠନ ଓ ବୁଦ୍ଧିଜୀବୀ ମାନେ ଶୋକ ବ୍ୟକ୍ତ କରିଛନ୍ତି ।ସେ ମାନସିକ ଦୁଶ୍ଚିନ୍ତା ରେ ଗତ କିଛି ମାସ ହେଲା ଥିଲେ, ତେଣୁ ମାନଷିକ ଭାରସ୍ୟା ମ ହରାଇ ଗତ କାଲି ମଧ୍ୟ ରାତ୍ର ରେ ନିଜ ବେକରେ ଓଡ଼ନୀ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.