ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁଖ୍ୟମନ୍ତ୍ରୀ ଭାବେ ଜେଲରୁ କେଜ୍ରିୱାଲ୍ କେମିତି ଚଳାଇବେ ସରକାର, କଣ କହୁଛି ନିୟମ ?

ନୂଆଦିଲ୍ଲୀ, ୨୨/୦୩: ଆପ୍ ସ୍ପଷ୍ଟ କରି ସାରିଛି ଅରବିନ୍ଦ କେଜ୍ରିୱାଲ୍ ହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରହିବେ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଗୁରୁବାର ରାତିରେ ଗିରଫ କରିଛି ଇଡି । ତଥାପି ଜେଲରୁ ସରକାର ପରିଚାଳନା ପାଇଁ କେଜ୍ରିୱାଲଙ୍କୁ କୌଣସି ଆଇନ୍ ଅଟକାଇ ପାରିବ ନାହିଁ । ବରଂ ଜେଲର କଡ଼ା ଆଇନ୍ ସରକାର ପରିଚାଳନାରେ ବାଧା ସୃଷ୍ଟି କରିବ ।

ଦିଲ୍ଲୀ ତିହାର ଜେଲର ଜଣେ ପୂର୍ବତନ ଅଧିକାରୀଙ୍କ ଅନୁସାରେ, ଜେଲରେ ଥିବା ଅନ୍ତେବାସୀ ସପ୍ତାହରେ ୨ଟି ବୈଠକ କରି ପାରିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିୱାଲ ଦାୟିତ୍ୱ ନିର୍ବାହ କରିବା ସହଜ ହେବ ନାହିଁ ।

ତେବେ ଜେଲରୁ ସିଧାସଳଖ ସରକାର ଚାଲି ପାରିବ ନାହିଁ । ଜେଲ୍ ମାନୁଆଲ୍ ଅନୁସାରେ, ଅନ୍ତେବାସୀ ସପ୍ତାହକୁ ୨ ଥର ତାଙ୍କ ପରିବାରବର୍ଗ, ବନ୍ଧୁ ଓ ସହଯୋଗୀଙ୍କୁ ଭେଟି ପାରିବେ । ଏହି କଟକଣା ଏବଂ ପ୍ରତିବନ୍ଧକ ଯୋଗୁଁ ସରକାର ଚଳାଇବା ସମ୍ଭବ ହେବ ନାହିଁ ।

ତେବେ ଅଧିକାରୀଙ୍କ କହିବା କଥା, କେଜ୍ରିୱାଲ୍ ମୁଖ୍ୟମନ୍ତ୍ରୀ ରହିବା ଲାଗି ଗୋଟିଏ ବାଟ ଅଛି । ଉପରାଜ୍ୟପାଳ କ୍ଷମତା ପ୍ରୟୋଗ କରି କୌଣସି କୋଠାକୁ ଜେଲରେ ପରିଣତ କରି ପାରିବେ । ଏପରି ସ୍ଥିତିରେ କେଜ୍ରିୱାଲ୍, ଉପରାଜ୍ୟପାଳଙ୍କୁ ବୁଝାଇ ହାଉସ୍ ଆରେଷ୍ଟ କରାଇ ପାରିବେ । ଏଭଳି ହେଲେ ଦିଲ୍ଲୀ ସରକାରକୁ ସହଜରେ ପରିଚାଳନା କରି ପାରିବେ କେଜ୍ରିୱାଲ୍ । ଏନେଇ ଉପରାଜ୍ୟପାଳଙ୍କ ପାଖରେ କ୍ଷମତା ରହିଛି ।

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲ୍ ଇଡିର କ୍ରମାଗତ ୯ଟି ସମନ ସତ୍ତ୍ୱେ ହାଜର୍ ହୋଇ ନଥିଲେ । ଦିଲ୍ଲୀ ହାଇକୋର୍ଟ ମଧ୍ୟ ଗିରଫଦାରୀ ଉପରେ ରୋକ୍ ଲଗାଇ ନଥିଲେ । ଗୁରୁବାର କେଜ୍ରିୱାଲ୍ ଗିରଫ ପରେ ଏବେ ଦିଲ୍ଲୀର ନମ୍ବର ୨ ହେଉଛନ୍ତି ଅତିଶୀ । ସେ କହିଛନ୍ତି, ଦିଲ୍ଲୀ ସରକାରରେ କୌଣସି ପରିବର୍ତ୍ତନ ହେବ ନାହିଁ । ଅରବିନ୍ଦ କେଜ୍ରିୱାଲ୍ ହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.