ପ୍ରମୁଖ ଖବର
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଭାରତ ବିରୋଧରେ ପୁଣି ବିଷ ଓଗାଳିଲା କାନାଡା, ନିର୍ବାଚନରେ ହସ୍ତକ୍ଷେପ ନେଇ ଲଗାଇଲା ନୂଆ ଅଭିଯୋଗ

ନୂଆଦିଲ୍ଲୀ,୩।୨:  ତଭାରତ ଓ କାନାଡା ଭିତର ସମ୍ପର୍କରେ ସୃଷ୍ଟି ହୋଇଥିବା ତିକ୍ତତା ଶେଷ ହେବାର ନାଁ ନେଉନି। ଦୁଇ ଦେଶର ବିବାଦ ଭିତରେ କାନାଡା ପୁଣିଥରେ ଭାରତ ବିରୋଧରେ ବିଷ ଓଗାଳିଛି। ନିଜ ମାଟିରେ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଝର ହତ୍ୟାରେ ଭାରତର କଥିତ ସଂଶ୍ଲିଷ୍ଟତା ଭଳି ଭିତ୍ତିହୀନ ଅଭିଯୋଗ କରିବାର ମାସକ ପରେ ଏ‌ବେ କାନାଡା ନୂଆ ଭାବରେ ଭାରତକୁ ବଦନାମ କରିବାକୁ ଚେଷ୍ଟା କରୁଛି।

କାନାଡା ଏବେ ଭାରତକୁ ଏକ ’ବିଦେଶୀ ବିପଦ’ ବୋଲି ମାନିବା ସହ କହିଛି ନୂଆଦିଲ୍ଲୀ ସମ୍ଭାବିତ ରୂପରେ ତା’ର ନିର୍ବାଚନ ଉପର ହସ୍ତକ୍ଷେପ କରିପାରେ। ଗ୍ଲୋବାଲ ନ୍ୟୁଜର ତାଜା ରିପୋର୍ଟ ଅନୁସାରେ, ଏହି ଅଭିଯୋଗ କାନାଡାର ସୁରକ୍ଷା ଗୁଇନ୍ଦା ସେବା ନିଜର ଗୁଇନ୍ଦା ରିପୋର୍ଟରେ ଲଗାଇଛି। ଭାରତ ସରକାର ଏ ପର୍ଯ୍ୟନ୍ତ କାନାଡାରେ ଏହି ତାଜା ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ଗତ ବର୍ଷ ସେପ୍ଟେମ୍ବରରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ କାନାଡା ସଂସଦରେ ଅଭିଯୋଗ କରିଥିଲେ ଯେ, ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଝରଙ୍କ ହତ୍ୟାରେ ଭାରତର କଥିତ ସଂମ୍ପୃକ୍ତି ଓ ଭୂମିକାର ପ୍ରମାଣ ରହିଛି, କିନ୍ତୁ ଯେତେବେଳେ କାନାଡାର ସେହି ଅଭିଯୋଗର ପ୍ରମାଣ ଭାରତ ମାଗିଥିଲା, କାନାଡା ଦେଇ ପାରିନଥିଲା। କାନାଡାର ସବୁ ଅଭିଯୋଗକୁ ଭାରତ ଖାରଜ କରିଦେଇଛି। ଏହି ଘଟଣା ପରେ ଦୁଇ ଦେଶ ଭିତରେ ସମ୍ପର୍କ ଖରାପ ହୋଇଯାଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.