ଭୁବନେଶ୍ୱର,୧୨/୦୫: ସାଧାରଣ ନିର୍ବାଚନ ୨୦୨୪କୁ ଆଖିରେ ରଖି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସରକାରୀ ଛୁଟି ଦିବସକୁ ବାତିଲ କରାଯାଇଛି । ଏନେଇ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପରିକି ଶନିବାର ଓ ରବିବାର ଛୁଟି ମଧ୍ୟ ବାତିଲ କରାଯାଇଛି ।
ମେ ୧୧, ୧୨, ୧୯, ୨୩, ୨୫, ୨୬ ଏବଂ ଜୁନ୍ ୨ ତାରିଖରେ ଥିବା ଛୁଟି ଦିବସକୁ ବାତିଲ କରାଯାଇଛି । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଅଫିସ୍ ଆସିବା ପାଇଁ କୁହାଯାଇଛି । ଜିଲ୍ଲାପାଳଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସମସ୍ତ ବିଡିଓ, ତହସିଲଦାର, ଡିଷ୍ଟ୍ରିକ୍ ଲେଭଲ୍ ଅଫିସର ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଚିଠି କରାଯାଇଛି ।