ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କାନ୍ସ ଫିଲ୍ମ ଫେଷ୍ଟିଭାଲ କିଆରା ଆଡଭାନୀ, ଦମଦାର ଲୁକରେ ଆସିଲେ ନଜର

ମୁମ୍ବାଇ, ୧୯ /୫ : ବର୍ତ୍ତମାନ ଜାରି ରହିଛି  କାନ୍ସ ଫିଲ୍ମ ଫେଷ୍ଟିଭାଲ। ବଲିଉଡର ଅନେକ ଅଭିନେତ୍ରୀ ଉର୍ବଶୀ ରୌତେଲା, ଐଶ୍ୱର୍ଯ୍ୟା ରାୟ ଚଳିତ ଥର କାନ୍ସରେ ନିଜର ଜଲୱା ଜାରି ରଖିଥିବା ବେଳେ ବର୍ତ୍ତମାନ କିଆରା ଆଡଭାନୀ ଡେବ୍ୟୁ କରିଛନ୍ତି । ଅଭିନେତ୍ରୀ କାନ୍ସର ରେଡ ସି ଫିଲ୍ମ ଫାଉଣ୍ଡେସନର ୱିମେନ ଇନ ସିନେମା ଗାଲା ଡିନରରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି । ଏହି ସମୟରେ କିଆରା ନିଜ ଦମଦାର ଲୁକ ସହ ଇଭେଣ୍ଟରେ ଚାରଚାନ୍ଦ ଲଗାଇଛନ୍ତି । ଇଭେଣ୍ଟରୁ କିଆରା ନିଜ ଲୁକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିବା ବେଳେ ଫ୍ୟାନ୍ସ ଏହାକୁ ପସନ୍ଦ କରିବା ସହ ତାଙ୍କର ବେଶ ପ୍ରଶଂସା କରିଛନ୍ତି । ତେବେ ଏପ୍ରିଲ ୧୭ରେ କିଆରା ଆଡଭାନୀ କାନ୍ସରେ ଡେବ୍ୟୁ କରିଥିଲେ । ପ୍ରଥମ ଦିନରେ ସେ ରେଡ କାର୍ପେଟରେ ଏକ ହ୍ୱାଇଟ ରଙ୍ଗର ଗାଉନରେ ନଜର ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । 

ନିଜ ଇନଷ୍ଟାଗ୍ରାମରେ ସେ ନିଜ କାନ୍ସ ଲୁକର ଫଟୋ ଏବଂ ଭିଡିଓ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ।  ତେବେ ତାଙ୍କର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ କମେଣ୍ଟ ବର୍ଷା କରୁଛନ୍ତି ।ଦ୍ୱିତୀୟ ଦିନରେ ମଧ୍ୟ କିଆରା ନିଜ କାତିଲାନା ଅନ୍ଦାଜ ସହ ଲାଇମଲାଇଟରେ ରହିଛନ୍ତି । କିଆରା ଆଡଭାନୀ ରେଡ ସି ଫିଲ୍ମ ଫାଉଣ୍ଡେସନର ୱିମେନ ଇନ ସିନେମା ଗାଲା ଡିନରରେ ଯୋଗ ଦେଇଥିଲେ । ଏହି ସମୟରେ ସେ ଏକ ପିଙ୍କ ଏବଂ ବ୍ଲାକ ରଙ୍ଗର ଗାଉନରେ ବାର୍ବି ଲୁକରେ ନଜର ଆସିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.