ପ୍ରମୂଖ ଖବର
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

କ୍ୟାପିଟାଲ ହସ୍ପିଟାଲ ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ତୁଟିଲା ବିବାଦ,ବିଦା ହେବେନି ପୁରୁଣା କର୍ମଚାରୀ

ଭୁବନେଶ୍ୱର,୦୯/୦୯: କ୍ୟାପିଟାଲ ହସ୍ପିଟାଲ ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ଭଲ ଖବର । ପୁରୁଣା କମ୍ପାନିରେ କାମ କରୁଥିବା କର୍ମଚାରୀଙ୍କୁ ବିଦା କରିବନି ନୂଆ ଟେଣ୍ଡରଧାରୀ ସଂସ୍ଥା । ଏନେଇ ସ୍ପଷ୍ଟ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଫଳରେ  କର୍ମଚାରୀଙ୍କ ମଧ୍ୟରେ ଲାଗିରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି ।  

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, ପୂର୍ବରୁ  ଅସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ସଂସ୍ଥାର ଟେଣ୍ଡର ଅବଧି ଶେଷ ହୋଇଛି ।  ଚଳିତ ମାସ ୧୪ତାରିଖ ପରେ ନୂଆ କମ୍ପାନି କ୍ୟୁଇଜ୍‌ କର୍ପ ଲିଃ କ୍ୟାପିଟାଲ  ହସ୍ପିଟାଲ୍‌ରେ ସିଏଫ୍‌ଏମ୍‌ଏସ୍‌ ନୂତନ ଭାବେ ଦାୟିତ୍ୱ ନେବ । ଏହା ନିର୍ମଳ  ଯୋଜନାରେ କାର୍ଯ୍ୟ କରିବ । ସରକାରଙ୍କ ସୁଚିନ୍ତିତ ଯୋଜନାରେ କାର୍ଯ୍ୟ କରିବ ।  ଯେଉଁଥିରେ ସୁରକ୍ଷା କର୍ମୀ,  ସୁରକ୍ଷା ସୁପରଭାଇଜର,  ସାନିଟାରୀ ସୁପରଭାଇଜର,  ଟେକ୍ନିକାଲ କର୍ମଚାରୀ,  ଆଟେଣ୍ଡାଣ୍ଟ ପ୍ରମୁଖ  କର୍ମଚାରୀ ଅଛନ୍ତି । ତେଣୁ  କର୍ମଚାରୀମାନେ ନୂଆ ସଂସ୍ଥା  କର୍ତ୍ତୃପକ୍ଷଙ୍କ ସହ ଆଜିଠାରୁ ଯୋଗାଯୋଗ କରିପାରିବେ । ହସ୍ପିଟାଲ ସମସ୍ତ  ସହଯୋଗ ଯୋଗାଇଦେବ । ନୂତନ ସଂସ୍ଥା ପୁରୁଣା ଅନୁଯାୟୀ ଦରମା ପ୍ରଦାନ  କରିବ । 

ଏହାବ୍ୟତୀତ ଇପିଏଫ୍‌ଠାରୁ ଆରମ୍ଭ କରି କମ୍ପାନି ନିୟମ ଅନୁଯାୟୀ  ଆବଶ୍ୟକୀୟ ସୁବିଧା ମିଳିବ । ସମସ୍ତ କର୍ମଚାରୀଙ୍କୁ ସଂସ୍ଥା ପୁନଃନିଯୁକ୍ତି ଦେବାକୁ  ସହମତି ପ୍ରକାଶ କରିଛି । ହସ୍ପିଟାଲ୍‌ର ଅସ୍ଥାୟୀ କର୍ମଚାରୀ ମାନସିକ ଚିନ୍ତାରେ  ଥିଲେ । କାରଣ ପୁରୁଣା ସଂସ୍ଥାର ଟେଣ୍ଡର ଅବଧି ୧୫ ତାରିଖରେ ଶେଷ  ହେବ । ନୂଆ ସଂସ୍ଥା ଦାୟିତ୍ୱ ନେବାର ସୂଚନା ମିଳିଥିଲା । ତେଣୁ ସେଠାରେ  କାର୍ଯ୍ୟ କରୁଥିବା ସିକ୍ୟୁରିଟି ଗାର୍ଡଙ୍କଠାରୁ ଆରମ୍ଭ କରି ସଫେଇ କର୍ମଚାରୀ  ସମସ୍ତେ ଛଟେଇ ହୋଇଯିବେ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା । ବର୍ତ୍ତମାନ  ୩୦୦ ପାଖାପାଖି ସିକ୍ୟୁରିଟି କର୍ମଚାରୀ ନିରାକାର ଏଜେନ୍ସି ଅଧୀନରେ କାର୍ଯ୍ୟ  କରୁଛନ୍ତି । ପ୍ରତ୍ୟୁଷ ଏଜେନ୍ସି ଅଧୀନରେ ୨୫୦ ସଫେଇ କର୍ମଚାରୀ କାର୍ଯ୍ୟରତ  ଅଛନ୍ତି । ଏହାବ୍ୟତୀତ ମାଇଣ୍ଡି ଟ୍ରାକ୍‌ ଅଧୀନରେ ମଧ୍ୟ ୩୦ କର୍ମଚାରୀ ଏବଂ  ଏଲ୍‌ ଆଣ୍ଡ କେ ସର୍ଭିସେସ୍‌ ଅଧୀନରେ ବି କିଛି କର୍ମଚାରୀ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.