ନୂଆଦିଲ୍ଲୀ : ଦିଲ୍ଲୀର ତୁଗଲକାବାଦ ସ୍ଥିତ ଆଇସିଡି କଷ୍ଟମରେ ଲାଞ୍ଚ ମାମଲାର ଖୁଲାସା ହେବା ପରେ ଏବେ ଏହିପରି ଏକ ମାମଲା ବେଙ୍ଗାଲୁରୁ ସ୍ଥିତ ଆଇସିଡି କଷ୍ଟମରେ ସାମନାକୁ ଆସିଛି। ସେଠାରେ ସିବିଆଇ ଜଣେ ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ଆୟ ବର୍ହିଭୂତ ସଂପତ୍ତି ରଖିବା ଅଭିଯୋଗରେ ମୋଦକମା ରୁଜୁ କରିଛି। ବର୍ତ୍ତମାନ ସଂପୃକ୍ତ କଷ୍ଟମ ଅଧିକାରୀଙ୍କୁ ଗିରଫ କରାଯାଇ ନାହିଁ। ସିବିଆଇ ଅଭିଯୁକ୍ତଙ୍କ ଅନେକ ସ୍ଥାନରେ ଚଢାଉ କରିଛି।
ସିବିଆଇ କହିଛି କି, ଯେଉଁ ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତାଙ୍କ ନାଁ ରମେଶ ଚନ୍ଦ୍ର ତ୍ରିପାଠୀ। ସେ ବେଙ୍ଗାଲୁରୁ ସ୍ଥିତ କଷ୍ଟମ ଆଇସିଡି ହ୍ୱାଇଟଫିଲ୍ଡରେ ସୁପରିଟେଣ୍ଡେଣ୍ଟ ଭାବେ ମୁତୟନ ଥିଲେ। ମିଳିଥିବା ଅଭିଯୋଗରେ ତାଙ୍କ ବିରୋଧରେ ୨୧ ସେପ୍ଟେମ୍ୱରରେ ମାମଲା ରୁଜୁ କରାଯାଇ ଥିଲା।
ଅଭିଯୋଗରେ ଅଭିଯୁକ୍ତ ବିରୋଧରେ ଅଭିଯୋଗ ଲାଗିଥିଲା ଯେ, ସେ ଲାଞ୍ଚ କାରବାରରେ ସାମିଲ ଅଛନ୍ତି। ଏହାପରେ ସିବିଆଇ ଓ ଡିରେକ୍ଟୋରେଟ୍ ଜେନେରାଲ ଅଫ୍ କଷ୍ଟମ ପକ୍ଷରୁ ମିଳିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଉଭୟ ବିଭାଗର ଟିମ୍ ଅଭିଯୁକ୍ତ ରହୁଥିବା ସ୍ଥାନରେ ଚଢଉ କରି ଥିଲେ। ଯେଉଁ ଠାରୁ ସିବିଆଇ ଓ କଷ୍ଟମ ଭିଜିଲାନ୍ସ ୨୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜବତ କରିଛି।
ସିବିଆଇ ଅଭିଯୁକ୍ତର ବେଙ୍ଗାଲୁରୁ ସ୍ଥିତ ଘରେ ମଧ୍ୟ ତଲାସୀ ନେଇଥିଲେ। ଯେଉଁଠାରୁ ଅନେକ ପ୍ରମୁଖ କାଗଜପତ୍ର ଜବତ କରାଯାଇଛି। ଯଦି ଏହି ମାମଲାରେ ଆଉ କାହାର ନାମ ସାମନାକୁ ଆସେ , ତ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ।