ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୨ ଶହ କୋଟିର ନିର୍ବାଚନୀ ଚାନ୍ଦା ଦାନ କରିଥିବା ମେଘା ଇଂଜିନିୟରିଂ କମ୍ପାନୀ ବିରୋଧରେ ମାମଲା ଦାଖଲ କଲା ସିବିଆଇ, ଜାଣନ୍ତୁ ମାମଲା…

ନୂଆଦିଲ୍ଲୀ: ନିର୍ବାଚନ ବଣ୍ଡ ଯୋଜନାରେ ସର୍ବାଧିକ ଦାନ କରିଥିବା ବ୍ୟକ୍ତିଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିବା ମେଗା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡର ଅଧିକାରୀ ମାନଙ୍କ ଉପରେ ଦୁର୍ନୀତି ଅଭିଯୋଗ ହୋଇଛି । କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିବିଆଇ ପକ୍ଷରୁ ଏହି ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି। ନିର୍ବାଚନ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳମାନଙ୍କୁ ଏହି କମ୍ପାନୀ ପକ୍ଷରୁ ୧୨ ଶହ କୋଟି ଟଙ୍କା ଦାନ କରାଯାଇଥିଲା । 

ସିବିଆଇ NISP ପାଇଁ ୩୧୫ କୋଟି ମୂଲ୍ୟର ଏକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଦୁର୍ନୀତି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସିବିଆଇ ଇସ୍ପାତ ମନ୍ତ୍ରଣାଳୟର NMDC ଆଇରନ୍ ଏଣ୍ଡ୍ ଷ୍ଟିଲ ପ୍ଲାଣ୍ଟର ୮ ଜଣ ଅଧିକାରୀଙ୍କ ସମେତ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ବିରୋଧରେ ଏହି ମାମଲା ପଞ୍ଜିକରଣ କରିଛି।

ନିକଟରେ ମେଘା ଇଞ୍ଜିନିୟରିଂ ଏଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ନିର୍ବାଚନ ବଣ୍ଡ ସହ ଜଡିତ ତଥ୍ୟ ବାହାରିବା ପରେ ଚର୍ଚ୍ଚାକୁ ଆସିଥିଲା । ରାଜନୈତିକ ଦଳମାନଙ୍କୁ ଦାନ ତାଲିକାର ଶ୍ରେଷ୍ଠ ୧୦ ତାଲିକାରେ ଏହି କମ୍ପାନୀ ଦ୍ୱିତୀୟ ବୃହତ୍ତମ କ୍ରେତା ଭାବରେ ଉଭା ହୋଇଥିଲା । 

ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟ ଫେବୃଆରୀ ମାସରେ ଏକ ଐତିହାସିକ ନିଷ୍ପତ୍ତି ଦେଇଥିବା ବେଳେ ରାଜନୈତିକ ଦଳମାନଙ୍କୁ ଦାନ ପାଇଁ ନିର୍ବାଚନ ବଣ୍ଡ ଯୋଜନା ବାତିଲ କରିଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଯୋଜନା ସହ ଜଡିତ ସମ୍ପୂର୍ଣ୍ଣ ତଥ୍ୟ ଏସବିଆଇ ଦ୍ୱାରା ଭାରତର ନିର୍ବାଚନ ଆୟୋଗଙ୍କୁ ହସ୍ତାନ୍ତର କରାଯାଇଛି । ଏହା ପରେ ECI ଏହାକୁ ସର୍ବସାଧାରଣରେ ନିର୍ବାଚନ ଆୟୋଗର ୱେବସାଇଟରେ ଅପଲୋଡ୍ କରିଥିଲେ । ଏହାକୁ ନେଇ ବିରୋଧୀ ଦଳ ମାନେ ବିଜେପିକୁ ଘେରିଥିଲେ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.