ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭ୍ରମିତ ବିଜ୍ଞାପନ ପାଇଁ ସେଲିବ୍ରେଟି ମଧ୍ୟ ଦାୟୀ : ପତଞ୍ଜଳି ମାମଲାରେ କଠୋର ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଭ୍ରମିତ ବିଜ୍ଞାପନକୁ ପ୍ରଚାର କରୁଥିବା ସେଲିବ୍ରେଟିମାନେ ଓ ପ୍ରଭାବଶାଳୀ ଲୋକେ ବି ଏଥିପାଇଁ ସେତିକି ଦାୟୀ , ଯେତେ ଏହାକୁ ପ୍ରସ୍ତୁତ କରୁଥିବା କମ୍ପାନୀମାନେ ଦାୟୀ। ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦ ପକ୍ଷରୁ ନିଜର ଔଷଧକୁ ନେଇ ଜାରି ବିଜ୍ଞାପନ ମାମଲାର ଶୁଣାଇ କରି ଏହି ପ୍ରମୁଖ ଟିପ୍ପଣୀ କରିଛନ୍ତି। ଅଦାଲତ କହିଛନ୍ତି କି, ଯଦି କୌଣସି ଉତ୍ପାଦକୁ ନେଇ କରାଯାଇ ଥିବା ଦାବି ଭୁଲ ଜଣାପଡ଼େ ତ ଏହାର ପ୍ରଚାର କରୁଥିବା ସେଲିବ୍ରେଟି ଓ ସୋସିଆଲ ମିଡ଼ିଆ ଏନଫ୍ଲୁଏନ୍ସର ମାନେ ମଧ୍ୟ ଦାୟୀ ରହିବେ। ପତଞ୍ଜଳି ଆୟୁର୍ବେଦ ମାମଲାର ଶୁଣାଣି କରି ବେଞ୍ଚ ଆଇଏମଏ ଉପରେ ବର୍ଷିଛନ୍ତି। 

କୋର୍ଟ କହିଛନ୍ତି, ବିଜ୍ଞାପନକୁ ପ୍ରସାରିତ କରିବା ପୂର୍ବରୁ ଚ୍ୟାନେଲ ଗୁଡ଼ିକୁ ମଧ୍ୟ ଏକ ସେଲ୍ଫ ଡିକ୍ଲେରେସନ ଫର୍ମ ଭରିବା ଉଚିତ୍‌। ଏଥିରେ ଏହି ଘୋଷଣା କରିବା ଉଚିତ୍‌ କି ଆମେ ସବୁ ନିୟମର ପାଳନ କରୁଛୁ। ମଙ୍ଗଳବାର ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ୍‌ ଅମାନୁଲ୍ଲାହଙ୍କ ମିଳିତ ଖଣ୍ଡପୀଠ ଗାଇଡ୍‌ଲାଇନ୍ସ ଫର୍‌ ପ୍ରିଭେନସନ ଅଫ୍‌ ମିସଲିଡିଂ ଆଡ୍‌ କଥା କହିଛନ୍ତି। କୋର୍ଟ କହିଛନ୍ତି ଯେ, ଏହି ନିୟମର ଗାଇଡ୍‌ ଲାଇନ୍‌ ୧୩ ରେ କୁହାଯାଇଛି କି କୌଣସି ବିଜ୍ଞାପନର ପ୍ରଚାର କରୁଥିବା ବ୍ୟକ୍ତିଙ୍କ ସମ୍ୱନ୍ଧିତ ସେବା ଏବଂ ଉତ୍ପାଦ ବିଷୟରେ ପୂରା ସୂଚନା ଥିବା ଉଚିତ୍‌। ତାଙ୍କୁ ଏହା ଜଣାଥିବା ଆବଶ୍ୟକ କି , ସେ ଯେଉଁ ଜିନିଷର ପ୍ରଚାର କରୁଛନ୍ତି , ସେ କୌଣସି ବି ପ୍ରକାରର କ୍ଷତି କରିବ ନାହିଁ। 

ଖଣ୍ଡପୀଠ କହିଛନ୍ତି , ନିୟମ କହୁଛି କି ଉପଭୋକ୍ତାଙ୍କୁ ଜଣାଥିବା ଉଚିତ୍‌ କି ସେ ଯେଉଁ ଜିନିଷକୁ ବଜାରରୁ କିଣୁଛନ୍ତି, ଏହାର କଣ ବିଶେଷତ୍ୱ ରହିଛି। ବିଶେଷକରି ସ୍ୱାସ୍ଥ୍ୟ ଓ ଫୁଡ୍‌ ପ୍ରଡକ୍ଟସ ମାମଲାରେ ଏହା ଜରୁରୀ। ଏହାସହ ହିଁ ବେଞ୍ଚ କହିଛନ୍ତି କି, ଯଦି କୌଣସି ବିଜ୍ଞାପନ ଭ୍ରମାତ୍ମକ ବାହାରେ ତ ଏହାକୁ ଜାରି କରୁଥିବା କମ୍ପାନୀ ସହ ପ୍ରଚାର କରୁଥିବା ବ୍ୟକ୍ତି ବି ସେତେ ଦାୟୀ। ଖାଲି ଏତିକି ନୁହେଁ ବେଞ୍ଚ କହିଛନ୍ତି କି, ମନ୍ତ୍ରଣାଳୟକୁ ଏହି ସମ୍ୱନ୍ଧରେ କିଛି ନିୟମ ପ୍ରସ୍ତୁତ କରିବା ଉଚିତ୍‌। ଏହା ଏଥିପାଇଁ କି ବିଜ୍ଞାପନ ଭୁଲ୍‌ ଜଣା ପଡ଼ିବା ପରେ ଗ୍ରାହକ ଅଭିଯୋଗ କରି ପାରିବେ ଏବଂ ଏହାର କୌଣସି ଫଳାଫଳ ବାହାରି ପାରିବ।

କୋର୍ଟ କହିଛନ୍ତି କି ଏମିତି ନିୟମ ତିଆରି କରିବା ପୂର୍ବରୁ ଚ୍ୟାନେଲ୍‌ ଏବଂ ଅନ୍ୟ ପ୍ରସାରକଙ୍କୁ ନେଇ ଏକ ନିୟମ ତିଆରି କରିବା ଉଚିତ୍‌। ପ୍ରସାରକଙ୍କୁ ସେଲଫ୍‌ ଡିକ୍ଲେରେସନ ଫର୍ମ ଭରିବା ଉଚିତ୍‌ କି ସେ ଯେଉଁ ବିଜ୍ଞାପନ ଚଲାଉଛନ୍ତି , ଏହାର ସେ ଯାଞ୍ଚ କରି ନେଇଛନ୍ତି ଏବଂ ଭ୍ରମିତ ନୁହେଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.