ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଚାମ୍ପିୟନ୍ସ ଟ୍ରଫିକୁ ନେଇ ଚିନ୍ତାରେ ପାକିସ୍ତାନ, ଆଇସିସିକୁ ପଠାଇଲା ଏଭଳି ମେସେଜ

ନୂଆଦିଲ୍ଲୀ, ୨୮/୯ :‌ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନରେ ହେବାକୁ ଅଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟର ସିଡ୍ୟୁଲକୁ ମଞ୍ଜୁରୀ ମିଳି ନାହିଁ । ଆଇସିସିର ଅଧିକାରୀ ନିକଟରେ କରାଚୀ, ରାଓ୍ବଲପିଣ୍ଡି ଏବଂ ଲାହୋର ପଡ଼ିଆର ଯାଞ୍ଚ ନେବାକୁ ପହଞ୍ଚିଥିଲେ । ଏହାପରେ ବି ସିଡ୍ୟୁଲକୁ ମଞ୍ଜୁରୀ ନ ମିଳିବାରୁ ପିସିବି ଅଧିକାରୀଙ୍କ ଚିନ୍ତା ବଢିଯାଇଛି । ଏବେ ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି କି ପିସିବି ଆଇସିସିରୁ ସିଡ୍ୟୁଲର ଅନ୍ତିମ ମଞ୍ଜୁରୀ ଦେବାକୁ ଆଗ୍ରହ ପ୍ରକାଶ କରିଛି ।

ଦ ଟ୍ରିବ୍ୟୁନ ଅନୁସାରେ ପାକିସ୍ତାନ କ୍ରିକେଟ ବୋର୍ଡ଼ ପ୍ରସ୍ତାବିତ ସିଡ୍ୟୁଲ ଅନୁସାରେ ମ୍ୟାଚର ବୁକିଂ ଆରମ୍ଭ କରି ଦେଇଛି । ସିଡ୍ୟୁଲ ସେତେବେଳେ ପକ୍କା ହୋଇପାରିବ ଯେତେବେ‌ଳେ ଆଇସିସି ଏହାର ଔପଚାରିକ ଭା‌ବେ ସୂଚନା ଦେବ । କିଛି ରିପୋର୍ଟ୍ସ ଅନୁସାରେ ଆଇସିସି ଆଗାମୀ ମାସର ଶେଷରେ ଫାଇନାଲ ସିଡ୍ୟୁଲ ଉପରେ ମୋହର ଲଗାଇପାରେ । ଯାହା ପରେ ପ୍ରସ୍ତୁତିକୁ ଅନ୍ତିମ ରୂପ ଦିଆଯାଇପାରିବ । 

ଏହା ବି କୁହାଯାଇଛି କି ଟୁର୍ଣ୍ଣାମେଣ୍ଟରେ ଲଜିଷ୍ଟିକ୍ସ ସମ୍ବନ୍ଧରେ ଚର୍ଚ୍ଚା ଅକ୍ଟୋବରରେ ସମ୍ଭବ ହେବ । ମହିଳା ଟି-୨୦ ବିଶ୍ବକପ ୨୦୨୪ର ଫାଇନାଲ ମ୍ୟାଚ୍ ସମୟରେ ବିସିସିଆଇ ସଚିବ ଜୟ ଶାହ ଏବଂ ପିସିବିର ଚେୟାରମ୍ୟାନ ମହସିନ ନକବୀଙ୍କ ଭେଟଘାଟକୁ ନେଇ ଅନୁମାନ କରାଯାଉଛି । କାରଣ ଭାରତ ଏବେ ପର୍ଯ୍ୟନ୍ତ କେତେକ ସ୍ପଷ୍ଟ ଉତ୍ତର ଦେଇ ନାହିଁ କି ସେ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ନାହିଁ । ଏଭଳି ସ୍ଥଳେ ବୁଝାପଡ଼ୁଛି କି ଆଇସିସି ସିଡ୍ୟୁଲକୁ ମଞ୍ଜୁରୀ ଦେବାକୁ କାହିଁକି ବିଳମ୍ବ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.