ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାହେବ : ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର, ୧୨।୬: ନିର୍ବାଚନରେ ସାଢ଼େ ୪କୋଟି ଲୋକ ପରିବର୍ତ୍ତନର ସଙ୍କେତ ଦେଇଥିଲେ । ଏହାକୁ କାର୍ଯ୍ୟରେ ପରିଣତ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆମେ ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛୁ । ଓଡ଼ିଶାକୁ ଭାରତବର୍ଷରେ ୧ନଂ ରାଜ୍ୟ କରିବାକୁ ସଂକଳ୍ପ ନେଉଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନାମିତ ମୋହନ ମାଝି ନିଜର ପ୍ରଥମ ପ୍ରତିକ୍ରିୟାରେ ଏହା କହିଛନ୍ତି । ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାହେବା ପ୍ରସଙ୍ଗରେ ସେ କହିଛନ୍ତି ଶପଥ ଗ୍ରହଣ ପରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ । ବିଧି ମୁତାବକ ପଦକ୍ଷେପ ନିଆଯିବ । ଗରିବଙ୍କ କଲ୍ୟାଣ ପାଇଁ ସଙ୍କଳ୍ପପତ୍ରରେ ଯେଉଁ ପ୍ରତିଶ୍ରୁତି ଦେଉଛୁ ତାକୁ ପୂରଣ କରିବୁ । ଆଗାମୀ ୧୦୦ ଦିନ ଭିତରେ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଶାର ଲୋକେ ବିଜେପିକୁ ପୂର୍ଣ୍ଣ ବହୁମତ ଦେଇ ସରକାର ଗଠନର ସୁଯୋଗ ଦେଇଛନ୍ତି । ଏଥିପାଇଁ ସାଢ଼େ ୪ କୋଟି ଲୋକଙ୍କୁ ପ୍ରଣାମ ଜଣାଉଛି । 

ଦୀର୍ଘ ୨୪ ବର୍ଷର ଶାସନ ପରିବର୍ତ୍ତନ ହୋଇଛି । ଲୋକଙ୍କ ଆଶା, ଆକାଂକ୍ଷାକୁ ଆମେ ପୂରା କରିବୁ । ଓଡ଼ିଶାର ବିକାଶକୁ ନେଇ ବିଜେପି ଉପରେ ଲୋକେ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି ଆଗାମୀ ଦିନରେ ବିଜେପି ତାକୁ ପୂରା କରିବ । ଆଗାମୀ ଦିନରେ ଏଥିପାଇଁ ଅନେକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବୁ ବୋଲି ସେ କହିଛନ୍ତି । ରାଜ୍ୟରେ ସରକାର ପରିବର୍ତ୍ତନ କରିଥିବାରୁ ସେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାର ଲୋକେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭଲ ପାଆନ୍ତି । ଓଡ଼ିଶାକୁ ୧ନଂ ରାଜ୍ୟ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଓଡ଼ିଶାର ଲୋକେ ତାଙ୍କ ଉପରେ ଭରସା କରି ସରକାର ପରିବର୍ତ୍ତନ କରିଛନ୍ତି । ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି । ମୋ ଭଳି ଜଣେ ସାଧାରଣ କାର୍ଯ୍ୟକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଭୂପେନ୍ଦ୍ର ଯାଦବ ଓ ସମସ୍ତ ବରିଷ୍ଠ ନେତାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.