ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ, ୧୮/୪ : ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ତେଣୁ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚଛି ରଥ ଦଉଡ଼ି। ସମୁଦାୟ ୨୬ଟି ଦଉଡ଼ି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି । ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରାୟ ଏକ ମାସ ଧରି ୧୪ଜଣ କାରିଗର ଏହି ରଥ ଦଉଡ଼ି ପ୍ରସ୍ତୁତ କରୁଥିଲେ । ତେବେ ଏହି ଦଉଡ଼ି ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଛି । 

ତିନି ରଥ ପାଇଁ ୧୪ଖଣ୍ଡ ରଥଟଣା ଦଉଡ଼ି ଥିବାବେଳେ ଆଉଟଡୋର, ଇନର୍, ଜେନେରାଲ୍ ଓ ପୋଲିସ ପାଇଁ ୩ଟି ଲେଖାଏଁ ସମୁଦାୟ ୧୨ଟି ଦଉଡ଼ି ରହିଛି । ରଥଟଣା ପାଇଁ ରଥ ଦଉଡିର ଲମ୍ବ ୨୨୦ଫୁଟ ହୋଇଥିବାବେଳେ ଏହାର ଗୋଲେଇ ରହିଛି ୮ଇଞ୍ଚ। ସେହିପରି ଅନ୍ୟ ଦଉଡି଼ର ଗୋଲେଇ ଚାରି ଇଞ୍ଚ ଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.