ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚେନ୍ନାଇରେ ଶିବମ ଶୋ’; ଗୁଜରାଟ ଟାଇଟନ୍ସକୁ ୨୦୭ ରନ୍‌ ଟାର୍ଗେଟ୍ ଦେଲା ସିଏସ୍‌କେ

Image Courtesy: espncricinfo

ଚେନ୍ନାଇ: ଆଇପିଏଲ-୨୦୨୪ର ସପ୍ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଉଛି । ମ୍ୟାଚରେ ବ୍ୟାଟରଙ୍କ ଦମଦାର ବ୍ୟାଟିଂ ବଳରେ ଚେନ୍ନାଇ ୬ ଓ୍ଵିକେଟ୍ ହରାଇ ୨୦୬ ରନର ବିଶାଳ ସ୍କୋର କରିଛି । ଶିବମ ଦୁବେ ୫୧ ରନ କରିଥିବା ବେଳେ ଅଧିନାୟକ ଋତୁରାଜ ଗାଏକ୍ଵାଡ ଓ ରଚିନ ରବିନ୍ଦ୍ର ୪୬ ରନ ଲେଖାଏଁ କରିଛନ୍ତି । ଆଜିର ମ୍ୟାଚରେ ଗୁଜରାଟ ବୋଲର ଚେନ୍ନାଇ ବ୍ୟାଟରଙ୍କ ସାମ୍ନାରେ ଫିକା ପଡ଼ିଛନ୍ତି ।

ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜରାଟ ଟାଇଟନ୍ସ । ସେପଟେ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇର ଦୁଇ ଓପନର ଋତୁରାଜ ଓ ରଚିନ ଦମଦାର ଆରମ୍ଭ ଦେଇଥିଲେ । ଉଭୟ ଦ୍ରୁତ ବ୍ୟାଟିଂ କରି ୫.୨ ଓଭରରେ ୬୨ ରନ ଯୋଡ଼ିଥିଲେ । ରଚିନ ମାତ୍ର ୨୦ ବଲରୁ ୬ ଚୌକା ଓ ୩ ଛକା ସହ ୪୬ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ଋତୁରାଜ ଗାଏକ୍ବାଡ, ଆଜିଙ୍କ୍ୟ ରାହାଣେଙ୍କ ସହ ମିଶି ୨ୟ ଓ୍ଵିକେଟ୍ ପାଇଁ ୪୨ ରନ ଯୋଡ଼ି ଦଳର ସ୍କୋର ୧୦୦ ପାର କରାଇଥିଲେ ।

ରାହାଣେ ୧୨ ରନ୍‌ରେ ଆଉଟ୍ ହୋଇଥିଲେ। ରଚିନଙ୍କ ପରି ଗାଏକ୍ଵାଡ଼ ମଧ୍ୟ ୪୬ ରନ କରି ଅର୍ଦ୍ଧଶତକ କରିପାରିନଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଶିବମ ଦୁବେ ଦମଦାର ବ୍ୟାଟିଂ କରିଥିଲେ । ଦୁବେ ମାତ୍ର ୨୩ ବଲରୁ ୫ ଛକା ଓ ୨ ଚୌକା ବଳରେ ୫୧  ରନ କରି ପାଭିଲିୟନ ଫେରିଥିଲେ । ଆଇପିଏଲରେ ଡେବ୍ୟୁ କରିଥିବା ସମୀର ରିଜଭି ୬ ବଲରୁ ୧୪ ରନ କରି ହୋଇଥିଲେ ।  ଡାରିଲ ମିଚେଲ ୨୪ ରନ କରି ରନ ଆଉଟ୍‌ ହୋଇଥିଲା । ତେବେ ରବୀନ୍ଦ୍ର ଜାଡେଜା ୭ ରନ କରି ଅପରାଜିତ ଅଛନ୍ତି ।

ଶେଷରେ ଚେନ୍ନାଇ ସୁପର କିଙ୍ଗ୍ସ ୬ ଓ୍ଵିକେଟ୍ ହରାଇ ୨୦୬ ରନ  ସଂଗ୍ରହ କରିଛି । ଗୁଜରାଟ ପକ୍ଷରୁ ରାଶିଦ ଖାନ ୨ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ସାଇ କିଶୋର, ସ୍ପେନସର ଜନସନ ଏବଂ ମୋହିତ ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । 

 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.