ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଗାଏକ୍ବାଡଙ୍କ ଦମଦାର ଶତକ, ଲକ୍ଷ୍ନୌକୁ ୨୧୧ ରନ୍‌ର ଟାର୍ଗେଟ୍‌ ଦେଲା ସିଏସ୍‌କେ

Image Courtesy: espncricinfo

ଚେନ୍ନାଇ: ଆଇପିଏଲ ୨୦୨୪ର ୩୯ ତମ ମ୍ୟାଚ୍‌ରେ ବଡ଼ ସ୍କୋର କରିଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) । ଆଜିର ମ୍ୟାଚ୍‌ରେ ଅଧିନାୟକ ଋତୁରାଜ ଗାଏକ୍ବାଡ ଅପରାଜିତ ୧୦୮ ରନ୍‌ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ୬୦ ବଲ୍‌ରୁ୧୨ ଚୌକା ଏବଂ ୩ଟି ଛକା ସହ ଦମଦାର ଶତକ କରିଛନ୍ତି ଗାଏକ୍ବାଡ ।

 ସେହିଭଳି ଶିବମ ଦୁବେ ୬୬ ରନ୍‌ କରିଛନ୍ତି । ଆଜି ପୁଣି ଥରେ ମହେନ୍ଦ୍ର ସିଂହ ଧୋନି ଖେଳପ୍ରେମୀଙ୍କୁ ଖୁସି କରିଦେଇଛନ୍ତି । ମାତ୍ର ଗୋଟିଏ ବଲ୍‌ ଖେଳିବାର ସୁଯୋଗ ପାଇଥିବା ଧୋନି  ଗୋଟିଏ ବଲ୍‌ରେ ଚୌକା ମାରିଛନ୍ତି । ତେବେ ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ସିଏସକେ ୨୧୦ ରନ୍‌ କରିଛି । ଏହା ସହ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌କୁ ୨୧୧ ରନ୍‌ର ଲକ୍ଷ୍ୟ ଦେଇଛି ସିଏସକେ ।

ଆଜିର ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇ ଟିମ୍‌ ମାତ୍ର ୪ ରନ୍‌ରେ ପ୍ରଥମ ଓ୍ବିକେଟ (ଅଜିଙ୍କ୍ୟ ରାହାଣେ) ହରାଇଥିଲା । ଦଳୀୟ ସ୍କୋର ୪୯ ରନ୍‌ ବେଳକୁ ଦଳକୁ ଦ୍ବିତୀୟ ଝଟକା ଲାଗିଥିଲା ।ଡାରିଲ ମିଚେଲ ୧୧ ରନ୍‌ କରି ୟଶ ଠାକୁରଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ ।ପରେ ପରେ ରବୀନ୍ଦ୍ର ଜାଡେଜା ୧୬ ରନ୍‌ କରି ଆଉଟ ହୋଇଥିଲେ । 

ଜାଡେଜାଙ୍କ ପରେ କ୍ରିଜ୍‌କୁ ଆସିଥିବା ଶିବମ ଦୁବେ ଏବଂ ଋତୁରାଜଙ୍କ ଯୋଡ଼ି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଶିବମ ଦୁବେ ୬୬ ରନ୍‌ କରି ଆଉଟ୍‌ ହୋଇଥିଲେ ।ସେପଟେ ଲକ୍ଷ୍ନୌ ଟିମ୍‌ର ମ୍ୟାଟ ହେନରି, ମୋହସିନ ଖାନ, ୟଶ ଠାକୁର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.