ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚେନ୍ନାଇକୁ ୭ ଓ୍ବିକେଟରେ ହରାଇଲା ପଞ୍ଜାବ କିଙ୍ଗ୍ସ, ସିଏସ୍‌କେର ପଞ୍ଚମ ପରାଜୟ

Image Courtesy: espncricinfo

ଚେନ୍ନାଇ: ଆଇପିଏଲ୍‌ ୨୦୨୪ର ୪୯ ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୭ ଓ୍ବିକେଟରେ ହରାଇଛି ପଞ୍ଜାବ କିଙ୍ଗ୍ସ । ୧୬୩ ରନ୍‌ ପିଛା କରିବାକୁ ଆସିଥିବା ପଞ୍ଜାବ ୧୩ ବଲ୍‌ ବାକି ଥାଇ ମ୍ୟାଚ୍‌କୁ ଜିତି ନେଇଛି । ୧୭.୫ ଓଭରରେ ୩ ଓ୍ବିକାଟ ହରାଇ ୧୬୩ ରନ୍‌ ସଂଗ୍ରହ କରିଛି ପଞ୍ଜାବ । ଦଳର ଜନି ବେୟରଷ୍ଟୋ ୪୬ ଏବଂ ରିଲି ରୋସୋ ୪୩ ରନ୍‌ କରିଛନ୍ତି । ଶଶାଙ୍କ ସିଂହଙ୍କ  ଅପରାଜିତ ୨୫ ରନ୍‌ ଏବଂ ସାମ କରନଙ୍କ ଅପରାଜିତ ୩୬ ରନ୍‌ ବଳରେ ପଞ୍ଜାବ ସହଜ ବିଜୟ ହାସଲ କରିଛି । ସେପଟେ ଚେନ୍ନାଇ ବୋଲର ଆଜି ଭଲ ପ୍ରଦର୍ଶନ କରିପାରି ନାହାନ୍ତି ।ଶାର୍ଦ୍ଦୁଳ ଠାକୁର, ରିଚାର୍ଡ ଗ୍ଲିସନ୍‌ ଏବଂ ଶିବମ ଦୁବେ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । 

 ଆଜି ଟସ୍‌ ହାରି ପ୍ରଥମେ ବ୍ୟାଟି କରିଥିବା ସିଏସକେ ୭ ଓ୍ବିକେଟ ହରାଇ ୧୬୨ ରନ୍‌ କରିଥିଲା । ଅଧିନାୟକ ପାଳି ଖେଳିଥିଲେ ଋତୁରାଜ ଗାଏକ୍ବାଡ । ଅଧିନାୟକ ଗାଏକ୍ବାଡ ୬୨ ରନ୍‌ କରିଥିଲେ । ଅଜିଙ୍କ୍ୟ ରାହାଣେ (୨୯), ରବୀନ୍ଦ୍ର ଜାଡେଜା (୨), ସମୀର ରିଜଭି (୨୧), ମୋଇନ ଅଲି (୧୫), ଏମଏସ୍‌ ଧୋନି (୧୪) ଏବଂ ଡାରିଲ ମିଚେଲଙ୍କ ଅପରାଜିତ ୧ ରନ୍‌ ବଳରେ ସିଏସକେ ୧୬୨ ରନ୍‌ କରିଥିଲା । ସେପଟେ ପଞ୍ଜାବ କିଙ୍ଗ୍ସ ସାମ୍ନାରେ ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ସିଏସକେ । ସେପଟେ ୧୩ ବଲ ବାକି ଥାଇ ସହଜ ବିଜୟ ହାସଲ କରିଛି ପଞ୍ଜାବ ।

 ଆଜି ପଞ୍ଜାବା ହରପ୍ରୀତ ବ୍ରାର ଏବଂ ରାହୁଲ ଚହର ୨ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ କାଗିସୋ ରାବାଡା ଏବଂ ଅର୍ଶଦୀପ ସିଂହ ଗୋଟିଏ ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ ।ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସିଏସକେ ଦଳୀୟ ସ୍କୋର ୬୪ ରନ୍‌ରେ ପ୍ରଥମ ଓ୍ବିକେଟ ହରାଇଥିଲା । ଅଜିଙ୍କ୍ୟ ରାହାଣେ ୨୯ ରନ୍‌ କରି କ୍ୟାଚ ଆଉଟ ହୋଇଥିଲେ ।ଏହା ପରେ ଶିବମ ଦୁବେ ଶୂନ୍‌ ରନରେ ଆଉଟ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ ।ପରେ ପରେ ରବୀନ୍ଦ୍ର ଜାଡେଜା, ସମୀର ରିଜଭି, ଋତୁରାଜ ଗାଏକ୍ବାଡ ଏବଂ ମୋଇନ ଅଲି ଆଉଟ ହୋଇଥିଲେ । 

 ଆଜି ଧୋନିଙ୍କ ବ୍ୟାଟିଂ କରିବାର ଦେଖିବାକୁ ମିଳିଥିଲା।  ଧୋନି ଆଜି ସେତେଟା ଭଲ ପ୍ରଦର୍ଶନ କରିପାରିନଥିଲେ । ୧୧ଟି ବଲ୍‌ ଖେଳି ଗୋଟିଏ ଛକା ଏବଂ ଚୌକା ଲଗାଇ ୧୪ ରନ୍‌ କରିବା ସହ ଶେଷ ବଲ୍‌ରେ ଦୁଇ ରନ୍‌ ଲାଗି ଦୌଡ଼ୁଥିବା ବେଳେ ରନ୍‌ ଆଉଟ ହୋଇଥିଲେ ।ଶେଷରେ ସିଏସକୁ ହରାଇ ବିଜୟୀ ହୋଇଛି ପଞ୍ଜାବ କିଙ୍ଗ୍ସ ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.