ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ତାଲିବାନକୁ ମିଳିଲା ଚୀନ୍‌ର ସହଯୋଗ, କାବୁଲରେ ପୂର୍ଣ୍ଣକାଳୀନ ରାଜଦୂତ ନିଯୁକ୍ତି କରିବାରେ ହେଲା ପ୍ରଥମ ଦେଶ...

ନୂଆଦିଲ୍ଲୀ: ୨୦୨୧ ମସିହାରେ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଚୀନ୍ କାବୁଲରେ ଏହାର ପୂର୍ଣ୍ଣକାଳୀନ ରାଷ୍ଟ୍ରଦୂତ ନିଯୁକ୍ତ କରିଛି । ଏପରି କରିବାରେ ଚୀନ୍ ହେଉଛି ପ୍ରଥମ ଦେଶ । ତାଲିବାନର ଜଣେ ନେତା ଏହାକୁ ନିଶ୍ଚିତ କରି କହିଛନ୍ତି ଯେ ଚୀନ୍‌ର ନୂତନ ରାଷ୍ଟ୍ରଦୂତ ଝାଓ ଜିଙ୍ଗ ତାଲିବାନ ପ୍ରଧାନମନ୍ତ୍ରୀ ମହମ୍ମଦ ହାସନ ଅଖଣ୍ଡ ସହ ଭେଟିଛନ୍ତି ।

 ତାଲିବାନ ପ୍ରଶାସନର ଉପ ମୁଖପାତ୍ର ବିଲାଲ କରିମି ଏକ ବିବୃତ୍ତିରେ କହିଛନ୍ତି ଯେ, ଏକ ସମାରୋହ ସମୟରେ ପ୍ରଧାନମନ୍ତ୍ରୀ ଏବଂ ଆଫଗାନିସ୍ତାନରେ ନୂତନ ଚୀନ୍ ରାଷ୍ଟ୍ରଦୂତ ଝାଓ ଜିଙ୍ଗଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ସେଠାରେ ଦୁହେଁ ପରସ୍ପର ସହ କଥା ହୋଇଥିଲେ । ଏହି ଅବସରରେ ନୂତନ ଚୀନ୍ ରାଷ୍ଟ୍ରଦୂତ ଆଫଗାନିସ୍ତାନରେ ନୂତନ ମିଶନ ଉପରେ ଖୁସି ବ୍ୟକ୍ତ କରିଛନ୍ତି । 

 ଜିଙ୍ଗ ଏହା କହିଛନ୍ତି ଯେ ଆଫଗାନିସ୍ତାନରେ ଚୀନ୍ ରାଷ୍ଟ୍ରଦୂତ ଭାବରେ ମୋର କାର୍ଯ୍ୟ ଆରମ୍ଭ କରିବା ମୋ ପାଇଁ ଗୌରବର ବିଷୟ । ସେ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ନେତୃତ୍ୱ ଗୁଣକୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ଅଲହାଜି ମୁଲ୍ଲା ମହମ୍ମଦ ହାସନ ଅଖଣ୍ଡଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

 ଜିଙ୍ଗ ଏହା ମଧ୍ୟ କହିଛନ୍ତି ଯେ, ଜଣେ ଭଲ ପଡ଼ୋଶୀ ଭାବରେ ଚୀନ୍ ଆଫଗାନିସ୍ତାନର ସ୍ବାଧୀନତା, ଆଞ୍ଚଳିକ ଅଖଣ୍ଡତା ଏବଂ ନିଷ୍ପତ୍ତିର ସ୍ବାଧୀନତାକୁ ସମ୍ପୂର୍ଣ୍ଣ ସମ୍ମାନ କରେ। ନୂତନ ଦୂତ ଦାବି କରିଛନ୍ତି ଯେ ତାଲିବାନ ଶାସନ ଅଧୀନରେ ଅର୍ଥନୀତି ଏବଂ ନିରାପତ୍ତା ସୁନିଶ୍ଚିତ କରିବା ସହିତ ଦୁର୍ନୀତି, ଅପରାଧ ଏବଂ ଡ୍ରଗ୍ସ ବିରୋଧରେ ଚାଲିଥିବା ସଂଗ୍ରାମରେ ଅନେକ ଉନ୍ନତି ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଚୀନ୍-ଆଫଗାନିସ୍ତାନ ସମ୍ପର୍କ, ଅର୍ଥନୀତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗକୁ ମଜବୁତ କରିବାକୁ ଚେଷ୍ଟା କରିବି।

 



Copyright © 2022 - Summa Real Media Private Limited. All Rights Reserved.