ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଦକ୍ଷିଣ ଚୀନ୍‌ ସାଗରରେ ଡ୍ରାଗନ୍‌ର ଦବଦବା: ଆଣିଲା ନୂଆ ମେରିଟାଇମ୍ ଆଇନ, ବିଦେଶୀ ପଶିଲେ ବାନ୍ଧିବ ତଟରକ୍ଷୀ ବାହିନୀ

ବେଜିଂ,୧୬/୦୬: ଦକ୍ଷିଣ ଚୀନ୍‌ ସାଗରରେ ନିଜ ଦବ୍‌ଦବା ବଢ଼ାଇବା ପାଇଁ ଚୀନ୍‌ ଏକ ନୂଆ ମେରିଟାଇମ୍ ଆଇନ ଆଣିଛି । ଏହା ମୁତାବକ ଯେ କୌଣସି ବିଦେଶୀ ବିନା ଅନୁମତିରେ ଦକ୍ଷିଣ ଚୀନ୍‌ ସାଗରରେ ଅନୁପ୍ରବେଶ କଲେ ତାଙ୍କୁ  ଚୀନ୍‌ ତଟରକ୍ଷୀ ବାହିନୀ ଗିରଫ କରିବ । 

ରିପୋର୍ଟ ମୁତାବକ ଦକ୍ଷିଣ ଚୀନ୍‌ ସାଗରରେ ଅନୁପ୍ରବେଶ କଲେ ଚୀନ୍‌ ଏହାକୁ ଗୁରୁତ୍ୱର ସହ ନେବ ଏବଂ ଅଭିଯୁକ୍ତକୁ ବିନା ଶୁଣାଣିରେ ୬୦ ଦିନ ପର୍ଯ୍ୟନ୍ତ  ଜେଲରେ ରଖିବ । ଏହାପରେ ଶୁଣାଣି ହେବ ଏବଂ ରାୟ ଅନୁସାରେ ଦଣ୍ଡ ବିଧାନ  କରାଯିବ । ଚୀନ୍‌ ସମଗ୍ର ଦକ୍ଷିଣ ଚୀନ୍‌ ସାଗରକୁ ନିଜର ଅଂଶ ଦର୍ଶାଉଛି । ଯେବେ  କି ଦକ୍ଷିଣ ଏସିଆର ଅନେକ ଦେଶ ଯଥା ଫିଲିପାଇନ୍ସ, ଭିଏତନାମ, ଇଣ୍ଡୋନେସିଆ  ମଧ୍ୟ ଏହା ଉପରେ ନିଜ ହକ୍‌ ଜାହିର କରୁଛନ୍ତି । ଦକ୍ଷିଣ ଚୀନ୍‌ ସାଗରରେ ବିବାଦ  ବଢ଼ିବାକୁ ନେଇ ଏଠାରେ ଚୀନ୍‌ ନିଜର ଅନେକ ବୋଟ୍‌ ଏବଂ ତଟରକ୍ଷୀ କର୍ମଚାରୀଙ୍କୁ  ମୁତୟନ କରି ରଖିଛି । ଏଠାରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.