ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚୀନ୍‌ର ଧମକ, ତାଇୱାନର ସ୍ବାଧୀନତାକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ ଦେବୁ ମୃତ୍ୟୁ ଦଣ୍ଡ…

ନୂଆଦିଲ୍ଲୀ: ଗୁରୁବାର ଚୀନ୍ ଏକ କଡା ଚେତାବନୀ ଦେଇଛି । ତାଇୱାନର ସ୍ବାଧୀନତାକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ ଏହି ଚେତାବନୀ ଦିଆଯାଇଛି । ଏଥିରେ କହିଛି ଯେ, ସମର୍ଥନ କରୁଥିବା ବ୍ୟକ୍ତିର ମୁଣ୍ଡ କାଟି ଦିଆଯିବ ଏବଂ ରକ୍ତ ବୁହାଯିବ । 

ସୂଚନାଥାଉକି, ନିକଟରେ ତାଇୱାନର ନୂତନ ରାଷ୍ଟ୍ରପତି ଲାଇ ଚିଙ୍ଗ ଶପଥ ଗ୍ରହଣ କରିଛନ୍ତି । ଏଥିରେ ସେ ୩୦ ମିନିଟର ଭାଷଣରେ ଚୀନ୍‌କୁ କଡ଼ା ଚେତାବନୀ ଦେଇଛନ୍ତି। ଏହି ସମୟରେ ସେ କହିଥିଲେ ଯେ, ତାଇୱାନକୁ ଧମକ ଦେବା ବନ୍ଦ କରିବା ଉଚିତ । ଆହୁରି ମଧ୍ୟ ଏହି ସମୟ ମଧ୍ୟରେ ସେ ତାଇୱାନ ଜଳକ୍ଷେତ୍ରରେ ଶାନ୍ତି ବଜାୟ ରଖିବା ବିଷୟରେ କହିଥିଲେ ଏବଂ ତାଇୱାନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଶପଥ ନେଇଥିଲେ, ଯାହାକୁ ନେଇ ଏବେ ଚୀନ୍ ରାଗିଯାଇଛି ।  

AFP ରିପୋର୍ଟ ଅନୁଯାୟୀ, ତାଇୱାନ ତଟରକ୍ଷୀ ବାହିନୀ ଉତ୍ତର ତାଇୱାନ ଉପକୂଳବର୍ତ୍ତୀ ପେଙ୍ଗଜିଆ ଦ୍ୱୀପର ଉତ୍ତର-ପଶ୍ଚିମ ଚିତ୍ର ସେୟାର କରିଛନ୍ତି । ଏଥିରେ ଚୀନ୍‌ର ସାମରିକ ଜାହାଜ ଦୃଶ୍ୟମାନ ହେଉଛି । ରିପୋର୍ଟ ଅନୁସାରେ ଚୀନ୍ ତାଇୱାନକୁ ନୌସେନା ଜାହାଜ ଏବଂ ସାମରିକ ବିମାନ ସହିତ ଘେରି ରହିଛି । ଯେଉଁଥିରେ ସ୍ବୟଂ ଶାସିତ ଦ୍ୱୀପକୁ ଦଣ୍ଡିତ କରିବାକୁ ଲକ୍ଷ୍ୟ ରଖାଯାଇଛି । କାରଣ ତାଇୱାନର ନୂତନ ରାଷ୍ଟ୍ରପତି ଗଣତନ୍ତ୍ରର ସୁରକ୍ଷା ପାଇଁ ଶପଥ ନେଇଥିଲେ। 

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ ତାଇୱାନ ଦ୍ୱୀପପୁଞ୍ଜରେ ଚୀନ୍ ସାମରିକ ଅଭ୍ୟାସକୁ ଏକ ଗୁରୁତର ଚେତାବନୀ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ଚୀନ୍ ତାଇୱାନକୁ ସମ୍ପୂର୍ଣ୍ଣ ରୂପେ ଦଖଲ କରିବ, ତାଇୱାନର ସ୍ବାଧିନତା ଦାବି କରୁଥିବା ଲୋକଙ୍କ ମୁଣ୍ଡ କାଟ କରାଯିବ । ଏହି ସମୟ ମଧ୍ୟରେ କେବଳ ରକ୍ତ ସବୁଆଡେ ପ୍ରବାହିତ ହେବ । ବାସ୍ତବରେ ଚାଇନା ସର୍ବଦା ତାଇୱାନକୁ ଚୀନ୍‌ର ଏକ ଅଂଶ ବୋଲି କହି ଆସୁଛି । ଚୀନ୍ ତାଇୱାନକୁ ଏକ ଅଲଗା ରାଷ୍ଟ୍ର ଭାବରେ ସ୍ୱୀକୃତି ଦେବାକୁ ଚାହୁଁ ନାହିଁ । ହେଲେ ତାଇଓ୍ବାନର ଲୋକମାନେ ଚୀନ୍‌ର ନେତୃତ୍ବକୁ ଗ୍ରହଣ କରିବାକୁ ରାଜି ନୁହଁନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.