ପ୍ରମୂଖ ଖବର

ମହଙ୍ଗା ପଡିଲା ‘ଚିପ୍ସ ଚ୍ୟାଲେଞ୍ଜ୍‌’, ଅତ୍ୟଧିକ ରାଗ ଖାଇ ଚାଲିଗଲା କିଶୋରଙ୍କ ଜୀବନ

ନୂଆଦିଲ୍ଲୀ ୧୮/୦୫: ଜୀବନ ନେଇଛି ଚିପ୍ସ ଚ୍ୟାଲେଞ୍ଜ୍‌ । ଆମେରିକାରେ ଏହି ଅଘଟଣ ସାମ୍ନାକୁ ଆସିବା ପରେ ଖବରକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି । ଆମେରିକାର ଜଣେ କିଶୋର ଅତିରିକ୍ତ ରାଗଯୁକ୍ତ ହଟ୍‌ ଟର୍ଟିଲା ଚିପ୍‌ ଖାଇବାର ଏକ ସୋସିଆଲ ମିଡିଆ ଚ୍ୟାଲେଞ୍ଜ୍‌ରେ ଭାଗ ନେଇଥିଲେ । ଫଳରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି । ମାସାଚୁସେଟ୍‌ସ ବାସିନ୍ଦା ୧୪ ବର୍ଷୀୟ ହାରିସ୍‌ ୱଲୋବା ‘ୱାନ୍‌ ଚିପ୍‌ ଚ୍ୟାଲେଞ୍ଜ୍‌’ ନାମକ ଚିପ୍ସ ଖାଇବା ପ୍ରତିଯୋଗିତାରେ ଭାଗ ନେବା ପରେ ଗତ ସେପ୍ଟେମ୍ବର ୧ ତାରିଖରେ ପ୍ରାଣ ହରାଇଥିଲେ ।

ଚ୍ୟାଲେଞ୍ଜ୍‌ରେ ଟେକ୍ସାସ ସ୍ଥିତ କମ୍ପାନି ପାକ୍ୱି ଦ୍ୱାରା ପ୍ରସ୍ତୁତ ଏକ ସିଙ୍ଗଲ୍‌ ଚିପ୍‌ ଥିଲା, ଯେଉଁଥିରେ କାରୋଲିନା ରିପର ଓ ନାଗା ଭାଇପର ପିପର୍‌ ଗୁଣ୍ଡ ପଡ଼ିଥାଏ । ଅନେକ ବର୍ଷ ହେଲା ଏହି ‘ୱାନ୍‌ ଚିପ୍‌ ଚ୍ୟାଲେଞ୍ଜ୍‌’ ଅନୁଷ୍ଠିତ ହୋଇଆସୁଛି । ଏଥିରେ ପ୍ରତି ଥର ଲଙ୍କାଗୁଣ୍ଡରେ ପରିବର୍ତ୍ତନ କରାଯାଇଥାଏ । ସ୍ଥାନୀୟ ଚିଫ୍‌ ମେଡିକାଲ ଏକ୍‌ଜାମିନର କହିଛନ୍ତି, ଚିପ୍ସରେ ମାତ୍ରାଧିକ ପରିମାଣର ଲଙ୍କାଗୁଣ୍ଡରେ ଥିବା କ୍ୟାପ୍‌ସାଇସିନ୍‌ ଯୋଗୁ ତାଙ୍କର ହୃଦ୍‌ଘାତ ହୋଇଛି । ହାରିସ୍‌ଙ୍କ ମୃତ୍ୟୁର କିଛି ଦିନ ପରେ ପାକ୍ୱି ଏହି ଚିପ୍ସକୁ ନିଜ ଷ୍ଟୋର୍‌ରୁ ହଟାଇଦେଲା । ଗଣମାଧ୍ୟମର ରିପୋର୍ଟ ଅନୁସାରେ, କାଲିଫର୍ଣ୍ଣିଆରେ ଏହି ଚ୍ୟାଲେଞ୍ଜ୍‌ରେ ଭାଗ ନେବା ପରେ ୩ ଯୁବକ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି କାରଣ ପାଇଁ ମିନେସୋଟାରେ ୭ ଜଣ ଅସୁସ୍ଥ ହୋଇପଡ଼ିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.