ପ୍ରମୂଖ ଖବର

ଏଥର ପ୍ରଚାର କରିବେ ୟଙ୍ଗ୍ ଷ୍ଟାର୍, ନବୀନ ନିବାସରେ କଳାକାରଙ୍କ ଭିଡ଼

ଭୁବନେଶ୍ଵର, ୧୨/୦୪ : ନବୀନ ନିବାସରେ ଫିଲ୍ମ ଷ୍ଟାର ଏବଂ ଗୀତିକାରମାନଙ୍କ ଭିଡ଼। କମେଡିଆନ ଏବଂ ୟୁଟ୍ୟୁବରମାନେ ମଧ୍ୟ ନବୀନ ନିବାସରେ ଉପସ୍ଥିତ ଅଛନ୍ତି। ଅଭିନେତା ବାବୁସାନ୍ ମହାନ୍ତି, ଅମ୍ଳାନ ଦାସ, ସ୍ଵରାଜ ବାରିକ, ଅଭିନେତ୍ରୀ ଭୂମିକା, କମେଡିଆନ ସନ୍ତୁ, ଶଙ୍କର, ସମ୍ଵିତ, ଲିପ୍ସା, ଦେବାଶିଷ, ନିକିତା, ହାସ୍ୟ କଳାକାର ପ୍ରଜ୍ଞା, ଅଶ୍ଵିନୀ, ସୁପ୍ରିୟା, ପପୁ ପମ୍ ପମ୍ ସୁପ୍ରିମୋଙ୍କ ଡାକରା ପାଇ ନବୀନ ନିବାସରେ ପହଞ୍ଚିଥିଲେ। ଷ୍ଟାର ପ୍ରଚାରକ ପାଇଁ ଏହି କଳାକାରମାନଙ୍କୁ ଡକାଯାଇଥିବା ସୂଚନା ମିଳିଛି।

ତେବେ ନବୀନ ନିବାସରୁ ଫେରିବା ପରେ ହାସ୍ୟ କଳାକାର ପ୍ରଜ୍ଞା କହିଛନ୍ତି ଯେ, ଆମେ କଳାକାରମାନେ କେମିତି ଯାଇ କି ପ୍ରଚାର କରିବୁ ସେ ବିଷୟରେ ଆମକୁ କୁହାଗଲା। ରାଜ୍ୟ ସରକାର କଣ କଣ କରିଛନ୍ତି ସେହି ବିଷୟରେ ଆମକୁ କୁହାଗଲା। ସେହିପରି ସିନେ ଅଭିନେତା ଅଶ୍ଵିନୀ କହିଛନ୍ତି ଯେ, ଯାହା ଯାହା ନବୀନ ପଟ୍ଟନାୟକ କରିଛନ୍ତି ତାର ପ୍ରେଜେଣ୍ଟସନ ଆମକୁ ଦେଖାଇଲେ। ଓଡ଼ିଶା ସ୍ଥିତି କଣ ଥିଲା ପରିବର୍ତ୍ତନ ପରେ କଣ ହୋଇଛି ସେ ବିଷୟରେ ଆମକୁ ବୁଝାଇଲେ। ଅଶ୍ୱିନୀ ଆହୁରି କହିଛନ୍ତି କ୍ୟାମ୍ପେନ ହାର୍ଟରୁ କରାଯାଏ । 


ଅଭିନେତ୍ରୀ ସୁପ୍ରିୟା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହେଲା। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ଆମକୁ ପ୍ରେଜେଣ୍ଟେସନ ମାଧ୍ୟମରେ ଅବଗତ କରାଗଲା। ଭେଟିବାକୁ ଆସିଥିଲୁ। ୫ଟିରେ କଣ ବିକାଶ ହୋଇଛି ତାହା ଦେଖାଗଲା। କଳାକାର ହିସାବରେ ଆମେ ଆସି ଭେଟିଲୁ।


  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.