ପ୍ରମୂଖ ଖବର
  • ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||

ହାଥରସ୍‌ ସତ୍‌ସଙ୍ଗ ଦଳାଚକଟା ଘଟଣା : ଏସ୍‌ଆଇଟି ରିପୋର୍ଟରେ ବାବାଙ୍କୁ କ୍ଲିନ୍‌ ଚିଟ୍‌

ଲକ୍ଷ୍ନୌ, ୧୦/୦୭ : ଉତ୍ତରପ୍ରଦେଶର ହାଥରସ୍‌ରେ ଭୋଲେ ବାବାଙ୍କ ସତସଙ୍ଗରେ ଦଳାଚକଟା ଏବଂ ୧୨୨ ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଏସ୍‌ଆଇଟି ସୋମବାର ରାତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରିପୋର୍ଟ ହସ୍ତାନ୍ତର କରିଛି । ୯ ଶହ ପୃଷ୍ଠାର ଏହି ରିପୋର୍ଟ ଆଧାରରେ ରାଜ୍ୟ ସରକାର ବୟାନ ଜାରି କରିଛନ୍ତି । ଏଥିରେ ଆୟୋଜକ ଏବଂ ପ୍ରଶାସନିକ ଅବହେଳାକୁ ପ୍ରମୁଖ ଭାବେ ଦାୟୀ କରାଯାଇଛି । ଏଥିସହ ଘଟଣାର ୭ ଦିନ ପରେ ୟୁପି ସରକାର ପ୍ରଥମ ଆକ୍ସନ ନେଇ ସିକନ୍ଦରାରାଓ ଏସ୍‌ଏଡିଏମ୍‌ ରବୀନ୍ଦ୍ର କୁମାର, ସର୍କଲ ଅଫିସର ଆନନ୍ଦ କୁମାରଙ୍କ ସମେତ ଇନ୍ସପେକ୍ଟର ଆଶିଷ କୁମାର, ତହସିଲଦାର ସୁଶୀଲ କୁମାର, କଚୌରା ଫାଣ୍ଡି ଇନ୍‌ଚାର୍ଜ ମନବୀର ସିଂ ଏବଂ ପାରା ଇନ୍‌ଚାର୍ଜ ବ୍ରିଜେଶ ପାଣ୍ଡେଙ୍କୁ ନିଲମ୍ବନ କରିଛନ୍ତି । 

ତେବେ ଏସ୍‌ଆଇଟି ରିପୋର୍ଟରେ ଭୋଲେ ବାବାଙ୍କ ନାଁ ନାହିଁ । ଜିଲ୍ଲା ପ୍ରଶାସନ ପରେ ସରକାରଙ୍କଠାରୁ ବି ଭୋଲେ ବାବାଙ୍କୁ କ୍ଲିନ୍‌ ଚିଟ୍‌ ମିଳିଯାଇଛି । କାରଣ ପୂର୍ବରୁ ତାଙ୍କ ନାଁ ଏଫ୍‌ଆଇଆର୍‌ରେ ବି ନ ଥିଲା । ଏସ୍‌ଆଇଟି ରିପୋର୍ଟରେ କୁହାଯାଇଛି, ସତ୍‌ସଙ୍ଗରେ ୮୦ ହଜାର ଲୋକଙ୍କ ପାଇଁ ଅନୁମତି ଥିଲା । କିନ୍ତୁ ସେଠାରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଥିଲେ । ଆୟୋଜକଙ୍କ ପକ୍ଷରୁ ମଧ୍ୟ ପୁଲିସ ପ୍ରଶାସନକୁ ତଥ୍ୟ ଲୁଚାଯାଇଥିଲା । ସିକନ୍ଦରାରାଓ ଏସ୍‌ଡିଏମ୍‌ ରବୀନ୍ଦ୍ର କୁମାର ସେଠାରେ ଉପସ୍ଥିତ ଥିଲେ ବି ନା ନିଜେ କୌଣସି ପଦକ୍ଷେପ ନେଇଥିଲେ ନା ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଅୟୋଜକଙ୍କ ସହ ମଧ୍ୟ ଭିଡ଼ ନିୟନ୍ତ୍ରଣ ଲାଗି ସେ କଥା ହୋଇ ନ ଥିଲେ । ଭିଡ଼ ବାବଦରେ ଇଣ୍ଟେଲିଜେନ୍ସ ଇନ୍‌ପୁଟ ମିଳିଥିଲା । ଏହା ସତ୍ତ୍ଵେ ସର୍କଲ ଅଫିସର ଆନନ୍ଦ କୁମାର ଆୟୋଜକଙ୍କ ସହ ଭିଡ଼ ଏବଂ ଟ୍ରାଫିକ୍‌ ନିୟନ୍ତ୍ରଣ ବାବଦରେ କୌଣସି ଆଲୋଚନା କରି ନ ଥିଲେ । କେବଳ ଗୋଟିଏ ଥାନାର ଫୋର୍ସ ମୁତୟନ କରିଥିଲେ । ବରିଷ୍ଠ ଅଧିକାରୀଙ୍କୁ ଏ ନେଇ ଜଣାଇ ନ ଥିଲେ କି ଅଧିକ ପୁଲିସ ଫୋର୍ସ ମାଗି ନ ଥିଲେ । 

ସେହିପରି ଥାନା ଅଧିକାରୀ ଆଶିଷ କୁମାର, ତହସିଲଦାର ସୁଶୀଲ କୁମାର, ମନବୀର ସିଂ, ବ୍ରିଜେଶ ପାଣ୍ଡେ ମଧ୍ୟ ଏହି ଆୟୋଜନକୁ ନେଇ ଆଲର୍ଟ ନ ଥିବା, ଭିଡ଼ ନିୟନ୍ତ୍ରଣ ପାଇଁ ସକ୍ରିୟତା ନ ଦେଖାଇବା, ଅଘଟଣ ପରେ ଆହତଙ୍କୁ ଡାକ୍ତରଖାନା ନିଆଯିବା ପାଇଁ ତତ୍ପରତା ଦେଖାଇ ନ ଥିଲେ ବୋଲି ରିପୋର୍ଟରେ କୁହାଯାଇଛି । ସେହିପରି ଘଟଣା ପଛରେ ଷଡ଼ଯନ୍ତ୍ର ଥିବା କଥାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ଏସ୍‌ଆଇଟି ରିପୋର୍ଟରେ ଦର୍ଶାଯାଇଛି । ଏଥିରେ ୧୫୦ ଲୋକଙ୍କ ବୟାନ ରେକର୍ଡ କରାଯାଇଛି । ଏହାକୁ ଗୁରୁତ୍ୱର ସହ ନିଆଯାଇ ତଦନ୍ତ କରାଯିବାର ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ହାଥରସ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଓକିଲ ବିଶାଲ ତିୱାରୀ ଘଟଣାର ତଦନ୍ତ ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ କରିବା ଲାଗି ପିଟିସନରେ ଦାବି କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.