ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଆଜି ସରିବ ନିର୍ବାଚନ ପ୍ରଚାର, ସିଏମ୍ ବଘେଲଙ୍କ ୪ସିଟରେ ଧୁଆଁଧାର ରୋଡ଼ ଶୋ

ନୂଆଦିଲ୍ଲୀ,୧୫/୧୧ :  ଛତିଶଗଡ଼ରେ ବିଧାନସଭା ନିର୍ବାଚନର ଦ୍ବିତୀୟ ଚରଣର ପ୍ରଚାର- ପ୍ରସାର ବୁଧବାର ସନ୍ଧ୍ୟା ୫ଟାବେଳେ ସରିଯିବ । ଏହାପୂର୍ବରୁ ରାଜନୈତିକ ଦଳର ବଡ଼ ନେତା ବୁଧବାର ସକାଳୁ ପ୍ରଚାର ପାଇଁ ବାହାରି ସାରିଛନ୍ତି । ଛତିଶଗଡ଼ର ଦୁର୍ଗରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ୪ବିଧାନସଭା ଅଞ୍ଚଳରେ ରୋଡ଼ ଶୋ କରୁଛନ୍ତି । ଯେଉଁଥିରେ ଦୁର୍ଗ ଶହର ବିଧାନସଭା, ଭିଲାଇ ନଗର ବିଧାନସଭା, ବୈଶାଳୀ ନଗର ବିଧାନସଭା ଏବଂ ଅହିବାରା ବିଧାନସଭା ଅଞ୍ଚଳ ସାମିଲ ଅଛି ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରାୟ ୨ଟା ୩୦ମିନିଟ ସମୟରେ ଦୁର୍ଗ ଶହର ବିଧାନସଭା ଅଞ୍ଚଳରେ ରୋଡ଼ ଶୋ କରିଥିଲେ । ତାଙ୍କର ରୋଡ଼ ଶୋର ପଦଯାତ୍ରା ଧମଧା ନାକା ଅଣ୍ଡର ବ୍ରିଜ, ଭାରତ ମାତା ଚୌକ, ସିକେଲା ବାଜାର, ଧମଧା ରୋଡ଼, ସୂର୍ଯ୍ୟ ହୋଟେଲ, ତିତୁରଡୀହ, ଶହୀଦ ଭଗତ ସିଂହ ସ୍କୁଲ, ସିଂଧିୟା ନଗର, ରାୟପୁର ନଗର, ରାୟପୁର ନାକା ଅଣ୍ଡରବ୍ରିଜ ଏବଂ ବାର୍ଡ ୪୮ବସ୍ତି ଚୌକ ହୋଇ ଯାଇଥିଲା ।

ପରେ ଏହି ରୋଡ଼ ଶୋ ବୈଶାଳୀ ନଗର ବିଧାନସଭା କ୍ଷେତ୍ରରେ କରାଯାଇଥିଲା । ଯେଉଁଠାରେ ସେ ସ୍ମୃତି ନଗରରୁ ସୂର୍ଯ୍ୟା ମାଲ, ଏମ.ଜେ. କଲେଜ, ଅବନ୍ତି ବାଇ ଚୌକ, ଗଦା ଚୌକ, ଇନ୍ଦିରା ଚୌକ, ଗୁରୁଦ୍ବାରା, ସୁନ୍ଦର ନଗର, ବୈକୁଣ୍ଠ ଧାମ ହୋଇ ଯାଇଥିଲା । ପରେ ତାଙ୍କର ରୋଡ଼ ଶୋ ଭିଲାଇ ନଗର ବିଧାନସଭା‌ ଅଞ୍ଚଳ ଲାଗି ପ୍ରସ୍ତୁତ କରାଯାଇଥିଲା । ଯେଉଁଠାରେ ତାଙ୍କର ଶୋଭାଯାତ୍ରା ଛାବନୀ ଚୌକ, କେନାଲ ରୋଡ଼ ଚୌକ, ଗୌତମ ନଗର ଶିବାଳୟ, ବାପୁ ନଗର ଗୁରୁଦ୍ବାର, ପିପଲ ପେଡ଼ ସ୍କୁଲ, ଶ୍ରୀରାମ ଚୌକ, ଓମ ଲଜ ଚୌକ, ସୁଭାଷ ଚୌକ, ଦେବାଙ୍ଗନ ମେଡ଼ିକାଲ ଷ୍ଟୋର, ଅସରଫୀ ଚୌକ ଦେଇ ଯାଇଥିଲା । ସିଏମ୍ ଭୁପେଶଙ୍କ ରୋଡ଼ ଶୋର ଶେଷ ପଦଯାତ୍ରା ଅହିବାରା ବିଧାନସଭା ଅଞ୍ଚଳରେ ଯେଉଁଠାରେ ସେ ଡବରା ପାରା ଭିଲାଇ-୩‌ରେ ହନୁମାନ ମନ୍ଦିର ଚରୋଦା ପର୍ଯ୍ୟନ୍ତ କରିବେ ।

ଛତିଶଗଡ଼ରେ ଦୁଇ ଚରଣରେ ମତଦାନ ହେଉଛି । ପ୍ରଥମ ଚରଣର ମତଦାନ ୭ନଭେମ୍ବରରେ ୨୦ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇସାରିଛି । ସେହିଭଳି ଏବେ ଦ୍ବୀତୟ ଚରଣ ୧୭ନଭେମ୍ବରରେ ୭୦ବିଧାନସଭା ସିଟ ଲାଗି ମତଦାନ କରାଯିବ । ସେହିଭଳି ଆଜି ସନ୍ଧ୍ୟା ୫ଟା ସମୟରେ ଛତିଶଗଡ଼ରେ ନିର୍ବାଚନୀ ପ୍ରଚାର- ପ୍ରସାର ଶେଷ ହୋଇଯିବ । ଏହି ସମୟରେ ଆଶାୟୀ ପ୍ରାର୍ଥୀମାନେ ଭୋଟରଙ୍କ ଘରକୁ ଘର ଯାଇ ଭୋଟ ମାଗିବେ ।

 

Copyright © 2022 - Summa Real Media Private Limited. All Rights Reserved.