ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏକାମ୍ରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ ପାଇଁ ଟ୍ରାଫିକ୍‌ କଟକଣା, ଅପରାହ୍ନ ୪ଟାରୁ ଏହି ସବୁ ରୁଟ୍‌ରେ ଗଡ଼ିବନି ଗାଡ଼ି

ଭୁବନେଶ୍ୱର,୨୦/୦୫: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ରୋଡ୍‌ ସୋ କରିବେ ।  ଏଥିପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ  ଟ୍ରାଫିକ୍‌ କଟକଣା ଜାରି କରାଯାଇଛି ।  

ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ ପୁନାମା ଗେଟ୍‌ ଫ୍ଲାଏ ଓଭରବ୍ରିଜ୍‌, ପଳାଶପଲ୍ଲୀ ଠାରୁ ବିଡିଏ କଲୋନୀ ଛକ,  ସୁନ୍ଦରପଦା ହାଟ, ପୋଖରୀପୁଟ ଛକ,  ପ୍ରମେୟ ଛକ, ଶିରିପୁର ଛକ, ଗଙ୍ଗନଗର  ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର  ଛକ ପର୍ଯ୍ୟନ୍ତ ଯିବ । ତେଣୁ ସୋମବାର  ଅପରାହ୍ଣ ୪ଟା ଠାରୁ ରୋଡ୍‌ ସୋ ସରିବା  ପର୍ଯ୍ୟନ୍ତ ଏସବୁ ରାସ୍ତାରେ ସମସ୍ତ ପ୍ରକାର  ଯାନବାହନ ଚଳାଚଳ ବନ୍ଦ ରହିବ । କୌଣସି ପ୍ରକାର ଯାନବାହନ ଖଣ୍ଡଗିରି  ଛକ ପଟୁ ଜାଗମରା ଛକ ଆଡ଼କୁ ଓ  ଡେଲ୍‌ଟା ଛକ ପଟୁ ସିଟି ୱେମେନ୍ସ କଲେଜ  ଆଡ଼କୁ ଯାଇପାରିବ ନାହିଁ । ସେହି ସମୟ  ମଧ୍ୟରେ ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା  ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ ଯିବାକୁ ଦିଆଯିବ ନାହିଁ ବୋଲି  ପୁଲିସ କମିଶନର ସଞ୍ଜୀବ ପଣ୍ଡା ଏକ  ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.