ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ରାଜଧାନୀରେ ଆତଙ୍କ: ଛାତ୍ରଙ୍କ ପେଟରେ ଭୁଜାଲି ଭୁସିଲା ସହପାଠୀ, ମାମଲା ରୁଜୁକରି ପୁଲିସର ତନାଘନା

ଭୁବନେଶ୍ୱର,୦୧/୦୯: ରାଜଧାନୀରେ ଜଣେ କଲେଜ ଛାତ୍ରଙ୍କୁ ଭୁଜାଲିରେ ଆକ୍ରମଣ ହୋଇଛି। ବଡ଼ଗଡ଼ ଥାନା ପାଣ୍ଡବନଗରରେ ଥିବା ଏକ ଘରୋଇ କଲେଜ ଛାତ୍ରଙ୍କୁ ସହପାଠୀ ତା’  ସହଯୋଗୀଙ୍କ ସହ ମିଶି ଭୁଜାଲିରେ ପେଟକୁ ଭୁସି ଦେଇଛି । ଗୁରୁତର ଅବସ୍ଥାରେ ଛାତ୍ର ବିଶ୍ୱଜିତ ସ୍ୱାଇଁଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସାମାନ୍ୟ ବଚସାରୁ ବିଶ୍ୱଜିତଙ୍କୁ  ଭୁଜାଲିରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ପୁଲିସ ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।

ଘଟଣାରୁ ଜଣାଯାଇଛି, ବାଙ୍କୁଆଳର ବିଶ୍ୱଜିତ ପାଣ୍ଡବନଗରରେ ଥିବା ଏକ ଘରୋଇ କଲେଜରେ ଯୁକ୍ତ-୩ ଦ୍ୱିତୀୟ ବର୍ଷରେ ପଢ଼ନ୍ତି । ଆଜି ପରୀକ୍ଷା ସରିବା ପରେ ସେ ଦିନ ସାଢ଼େ ଗୋଟାଏ ବେଳେ ସହପାଠୀ ଚନ୍ଦନ ପଣ୍ଡାଙ୍କ ସହ କଲେଜରୁ ବାହାରୁଥିଲେ । ଏହି ସମୟରେ ଚନ୍ଦନଙ୍କ ସହ ତାଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ଚନ୍ଦନ ଉତ୍‌କ୍ଷିପ୍ତ ହୋଇ ସଙ୍ଗେ ସଙ୍ଗେ ଜଣେ ଅଣଛାତ୍ରଙ୍କୁ ଡ଼କାଇଥିଲେ । ସେ ଭୁଜାଲି ନେଇ କଲେଜରେ ପହଞ୍ଚିବା ପରେ ଚନ୍ଦନ ଓ ତାଙ୍କ ସାଙ୍ଗ ମିଶି ବିଶ୍ୱଜିତଙ୍କୁ ଭୁଜାଲିରେ ଚୋଟ ପକାଇଥିଲେ । ବିଶ୍ୱଜିତ ହାତ ଦେଖାଇ ଦେବାରୁ ଚୋଟ ତାଙ୍କ ହାତରେ ବାଜିଥିଲା । ତା'ପରେ ସେମାନେ ତାଙ୍କ ପେଟକୁ ଭୁଜାଲିରେ ଭୁସି ପକାଇଥିଲେ । ଚନ୍ଦନ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ି ଯାଇଥିଲା । ଏହାପରେ ଚନ୍ଦନ ଅଣଛାତ୍ରଙ୍କ ସହ ବାଇକ୍‌ରେ ସେଠାରୁ ଖସି ପଳାଇଥିଲେ । 

ଗୁରୁତର ଅବସ୍ଥାରେ ବିଶ୍ୱଜିତଙ୍କୁ ଅନ୍ୟ ସାଙ୍ଗମାନେ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । ଖବରପାଇ ବିଶ୍ୱଜିତଙ୍କ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିଥିଲେ । ବିଶ୍ୱଜିତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ପରିବାର ଲୋକେ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ବଡ଼ଗଡ଼ ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ କହିଛନ୍ତି । ତଥାପି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ସେ କହିଛନ୍ତି । ତେବେ ସାମାନ୍ୟ ବଚସାରୁ ଜଣେ କଲେଜ ଛାତ୍ରଙ୍କୁ ସହପାଠୀ ଭୁଜାଲିରେ ହାଣିଦେବା ଘଟଣା ରାଜଧାନୀରେ ଚର୍ଚ୍ଚର ବିଷୟ ପାଲଟିଛି ।


Copyright © 2022 - Summa Real Media Private Limited. All Rights Reserved.