ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜଧାନୀର ଏକାଧିକ ଖଟିରେ ପୁଲିସ୍‌ ପକ୍ଷରୁ ଚଢ଼ଉ, ନିଶା ସେବନ କରୁଥିବା ବ୍ୟକ୍ତିଙ୍କୁ ଫାଇନ୍‌

ଭୁବନେଶ୍ୱର,୨୧/୦୫:  ନିର୍ବାଚନକୁ ଆଖି ଆଗରେ ରଖି  ସହରରେ ଘଟୁଥିବା ଅପରାଧ ହ୍ରାସ କରିବା ପାଇଁ କମିଶନରେଟ୍‌ ପୁଲିସ୍‌ ଏକାଧିକ ଖଟିରେ ଚଢ଼ଉ  କରିଛି । ସର୍ବସାଧାରଣ ସ୍ଥାନରେ ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିଙ୍କୁ  ଫାଇନ୍‌ ମଧ୍ୟ କରାଯାଇଛି । ତା’ଛଡା  କ୍ୟାପିଟାଲ ଥାନା, ଧଉଳି, ଲକ୍ଷ୍ମୀସାଗର  ଓ ବଡଗଡ ଥାନା ଅନ୍ତର୍ଗତ ବିଭିନ୍ନ ବସ୍ତି  ଓ ସମ୍ୱେଦନଶୀଳ ଅଞ୍ଚଳରେ ଫୁଟ୍‌  ପାଟ୍ରୋଲିଂ କରାଯାଇଛି । ଏହି ଚଢ଼ଉରେ  ଥାନା କର୍ମଚାରୀଙ୍କ ସମତେ ଟିମ୍‌ -୬୦,  ସିଟିଏସ ଟିମ୍‌ ଏବଂ ୨ ସେକ୍ସନ ପୁଲିସ  ଫୋର୍ସ ସାମିଲ ଥିଲେ । ନିର୍ବାଚନ  ପୂର୍ବରୁ ଅପରାଧିକ କାର୍ଯ୍ୟକଳାପ ଓ  ଅପରାଧୀଙ୍କୁ ଦମନ କରିବା ସହିତ  ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉପରେ  ପୁଲିସ୍‌ ଅଧିକ ଫୋକସ୍‌ ଦେଉଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.