ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

କମିଶନରେଟ୍‌ ପୁଲିସର ମଦ୍ୟପ ଚାଳକ ଧରପଗଡ଼: ୩୯ ଗାଡ଼ି ଜବତ, ୫୧ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର,୨୭/୦୬: ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ପାଇଁ କମିଶନରେଟ୍‌ ପୁଲିସ ‘ସେଫ୍‌ ସିଟି ଡ୍ରାଇଭ୍‌’କୁ ଜୋରଦାର କରିଛି । ସେଥିପାଇଁ ଭୁବନେଶ୍ୱର  ସହରାଞ୍ଚଳ ପୁଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ମଦ୍ୟପାନ କରି ଗାଡି ଚାଳନା ବିରୋଧରେ ଧରପଗଡ ଅଭିଯାନ କଡାକଡି ଚାଲିଛି । ଏହି ଧରପଗଡ ଅଭିଯାନରେ ରାସ୍ତାରେ ଯାତାୟାତ କରୁଥିବା ସମସ୍ତ  ଯାନବାହାନକୁ ଯାଞ୍ଚ କରାଯିବା ସହିତ  ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ବିରୋଧରେ ମଧ୍ୟ ଧରପଗଡ କରାଯାଉଛି । ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ଆବଶ୍ୟକ ସ୍ଥଳେ  ଗାଡି ଜବତ କରାଯାଇ ଅଭିଯୁକ୍ତମାନଙ୍କୁ  କୋର୍ଟ ଚାଲାଣ କରାଯାଉଛି ।ଏହି  ପରିପ୍ରେକ୍ଷୀରେ ଗତକାଲି ସନ୍ଧ୍ୟାରେ  ଭୁବନେଶ୍ୱର ସହରାଞ୍ଚଳରେ ଥିବା ସମସ୍ତ  ଥାନା ଅଞ୍ଚଳରେ ସମ୍ପୃକ୍ତ ଥାନା ଆଇଆଇସି  ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ଧରପଗଡ କରାଯାଇଥିଲା । ଏହି  ଅଭିଯାନରେ ପୁଲିସ ଅଧିକାରୀ ଏବଂ  ଥାନା କର୍ମଚାରୀଙ୍କ ସମେତ ୧ ସେକ୍ସନ  ଲେଖାଏଁ ପୁଲିସ ଫୋର୍ସ ସାମିଲ  ହୋଇଥିଲେ । 

ଗତକାଲି ସନ୍ଧ୍ୟାରେ  କରାଯାଇଥିବା ଏହି ଅଭିଯାନରେ  ଆଇନ ଉଲ୍ଲଂଘନକାରୀ ତଥା ମଦ୍ୟପ  ଗାଡିଚାଳକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମାମଲା ରୁଜୁ  କରାଯାଇଛି । କେତେକ କ୍ଷେତ୍ରରେ  ପିଆର୍‌ ଦିଆଯାଇଥିଲାବେଳେ  ଆଉ କେତେକ ସ୍ଥଳେ ଆଇନ ଉଲ୍ଲଂଘନକାରୀଙ୍କ ନିକଟରୁ ଓଡିଶା  ମୋଟର ଯାନ ଆଇନ ଏବଂ ଓଡିଶା  ସହରାଞ୍ଚଳ ପୁଲିସ ଆଇନ ଅନୁଯାୟୀ  ଜରିମାନା ଆଦାୟ କରାଯାଇଛି । ଜଣେ  ଆଇନ ଉଲ୍ଲଂଘନକାରୀଙ୍କ ନାମରେ  ମାମଲା ରୁଜୁ କରାଯାଇଥିବା ବେଳେ  ଅନ୍ୟ ୩୮ ଜଣଙ୍କୁ ପିଆର୍‌ ଦିଆଯାଇଛି । ସେହିପରି ଗୋଟିଏ ଛଅ ଚକିଆ ଯାନ, ୩୮ଟି ଦୁଇଚକିଆ ଯାନ ଜବତ  କରାଯାଇଛି । ଆଇନ ଉଲ୍ଲଂଘନକାରୀଙ୍କ  ନିକଟରୁ ୫୧ ହଜାର ଟଙ୍କା ଜାରିମନା ଆଦାୟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.