ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମନ ଦୁଃଖ ଥିଲେ ଅଫିସ୍ ଆସନି, କର୍ମଚାରୀଙ୍କୁ ଅଧିକ ୧୦ ଦିନ ଛୁଟି ଦେଉଛି କମ୍ପାନୀ

ଭୁବନେଶ୍ଵର, ୧୩/୦୪ : ଚୀନ୍‌ର ଏକ କଂପାନି ଘୋଷଣା କରିଛି, ମନ ଦୁଃଖ ଥିଲେ କର୍ମଚାରୀମାନେ ଅଧିକ ୧୦ ଦିନ ଛୁଟି ନେଇପାରିବେ । ଏହାଦ୍ୱାରା ସେମାନଙ୍କର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ମଧ୍ୟରେ ସମନ୍ୱୟ ଆଣିବାରେ ସହାୟତା ମିଳିପାରିବ ବୋଲି ଆଶା ପ୍ରକାଶ କରିଛି କଂପାନି। ମାର୍ଚ୍ଚ ଶେଷଭାଗରେ ଚାଇନା ସୁପରମାର୍କେଟ୍‌ ୱିକ୍‌ ସମୟରେ ମଧ୍ୟଚୀନ୍‌ର ହେନାନ୍‌ ପ୍ରଦେଶରେ ଥିବା ଏକ ରିଟେଲ୍‌ ଚେନ୍‌ ପାଙ୍ଗ ଡୋଙ୍ଗ୍‌ ଲାଇର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ୟୁ ଡୋଙ୍ଗ୍‌ଲାଇ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ମୁଁ ଚାହୁଁଛି ସବୁ କର୍ମଚାରୀଙ୍କୁ ସ୍ୱାଧୀନତା ମିଳୁ । ସମସ୍ତଙ୍କ ଜୀବନରେ ଏମିତି ସମୟ ଆସିଥାଏ ଯେତେବେଳେ ଆମେ ଖୁସି ନ ଥାଉ । ମନଦୁଃଖ ଥାଏ । ତେଣୁ ଯଦି ଆପଣ (କର୍ମଚାରୀମାନେ) ଦୁଃଖୀ ଅଛନ୍ତି, ତା’ହେଲେ କାମକୁ ଆସନ୍ତୁ ନାହିଁ । 

ୟୁ ଚାହୁଁଛନ୍ତି, କର୍ମଚାରୀମାନେ ନିଜ ଆରାମର ସମୟକୁ ସ୍ୱାଧୀନ ଭାବେ ସ୍ଥିର କରନ୍ତୁ । କାମ ପରେ ସେମାନଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ମିଳୁ । ସେ ଆହୁରି କହିଛନ୍ତି, ଏପରି ଛୁଟିକୁ ପରିଚାଳନା କର୍ତ୍ତୃପକ୍ଷ ମନା କରିପାରିବେ ନାହିଁ । ଏହାକୁ ମନା କରିବା ଏକ ଉଲ୍ଲଂଘନ ହେବ । ଚାଇନା ସୁପରମାର୍କେଟ୍‌ ୱିକ୍‌ ହେଉଛି ଏକ ଛଅ ଦିନିଆ ସମ୍ମିଳନୀ ଯାହା ଦେଶର ସୁପରମାର୍କେଟ୍‌ କ୍ଷେତ୍ରର ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ଆୟୋଜିତ ହୋଇଥାଏ । ସେଠାରେ ସୁପରମାର୍କେଟ୍‌ କ୍ଷେତ୍ରର ବିକାଶ ଲାଗି ବିଭିନ୍ନ ପ୍ରକାର ନୂଆ କଥା ସଂପର୍କରେ ଆଲୋଚନା କରାଯାଏ । ୟୁ ଡୋଙ୍ଗ୍‌ଲାଇଙ୍କର ଏହି ଅଭିନବ ଚିନ୍ତାଧାରା ସଂପର୍କରେ ଖବର ପ୍ରକାଶିତ ହେବା ପରେ ସୋସିଆଲ ମିଡିଆରେ ତାକୁ ବହୁ ଲୋକଙ୍କ ସମର୍ଥନ ମିଳୁଛି । 

କର୍ମସ୍ଥଳରେ ମାନସିକ ଚିନ୍ତାଗ୍ରସ୍ତ ରହିବାକୁ ନେଇ ଚୀନ୍‌ରେ ୨୦୨୧ରେ କରାଯାଇଥିବା ଏକ ସର୍ଭେ ଅନୁସାରେ, ସେଠାରେ ୬୫ ପ୍ରତିଶତରୁ ଅଧିକ ଲୋକେ କର୍ମସ୍ଥଳୀରେ କ୍ଲାନ୍ତ ଓ ଦୁଃଖୀ ଅନୁଭବ କରିଥାନ୍ତି । କମ୍‌ ମଜୁରି, ଓଭରଟାଇମ୍‌ ସଂସ୍କୃତି ଏହାର ମୁଖ୍ୟକାରଣ । ୟୁଙ୍କର ନିଯୁକ୍ତି ନୀତି ଅନୁସାରେ, କର୍ମଚାରୀମାନେ ଦିନରେ କେବଳ ୭ ଘଣ୍ଟା କାମ କରିବେ । ସପ୍ତାହନ୍ତରେ ଛୁଟି ନେବେ । ସେମାନଙ୍କୁ ବାର୍ଷିକ ୩୦-୪୦ ଦିନ ଛୁଟି ଦିଆଯିବ । ନୂଆବର୍ଷ ସମୟରେ ୫ ଦିନ ଛୁଟି ମିଳିବ । ନିଜ କଂପାନିର ଭବିଷ୍ୟତ ସଂପର୍କରେ ୟୁ କହିଛନ୍ତି, ଆମେ ବହୁତ ବଡ଼ ହେବାକୁ ଚାହୁଁନା । ଆମ କର୍ମଚାରୀମାନେ ସୁସ୍ଥ ଓ ଆରାମଦାୟକ ଜୀବନ ବଞ୍ଚନ୍ତୁ ବୋଲି ଆମେ ଚାହୁଁଛୁ । ତାଙ୍କ କଂପାନିରେ କର୍ମଚାରୀଙ୍କର ମାସିକ ହାରାହାରି ଦରମା ପ୍ରାୟ ୮୦ ହଜାର । ସେହି ତୁଳନାରେ ଦେଶର ଅନ୍ୟ ରିଟେଲ୍‌ କଂପାନିରେ କାମ କରୁଥିବା କର୍ମଚାରୀଙ୍କର ମାସିକ ହାରାହାରି ଦରମା ୪୧ ହଜାର ବୋଲି ୨୦୧୯ର ଏକ ରିପୋର୍ଟରୁ ଜଣାପଡିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.