ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଳମ୍ବ ହେବ କଂଗ୍ରେସ ପ୍ରାର୍ଥୀ ଘୋଷଣା, ଘୁଞ୍ଚିଲା ସ୍କ୍ରିନିଂ କମିଟି ବୈଠକ

ଭୁବନେଶ୍ୱର,୧୯/୦୩: ଚଳିତ ସପ୍ତାହରେ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ଆସିବ ବୋଲି କୁହାଯାଉଥିଲା । ମାତ୍ର ଏବେ ବିଳମ୍ବ ହେବ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା । ରାଜ୍ୟରେ ବିଜେଡି-ବିଜେପି ମେଣ୍ଟର ଚୂଡାନ୍ତ ନିର୍ଯ୍ୟାସକୁ ଅପେକ୍ଷା କରିଛି କଂଗ୍ରେସ । ସେଥି ପାଇଁ ୧୯ ତାରିଖରେ‌ ଦିଲ୍ଲୀରେ ହେବାକୁ ଥିବା କଂଗ୍ରେସର ସ୍କ୍ରିନିଂ କମିଟି ବୈଠକକୁ ଘୁଞ୍ଚାଇ ଦିଆଯାଇଛି । ଓଡ଼ିଶାର ନିର୍ବାଚନ ତାରିଖ ବି ବିଳମ୍ବରେ ଥିବାରୁ ତଥା ମେଣ୍ଟର ସ୍ଥିତି ସ୍ପଷ୍ଟ ହେଉନଥିବାରୁ କଂଗ୍ରେସ ମଧ୍ୟ ତା’ର ରଣନୀତି ନିର୍ଦ୍ଧାରଣ କରିବାରେ ବିଳମ୍ବ କରୁଛି । ସେମାନେ ଘୋଷିତ ହେଉ କିମ୍ବା ଅଘୋଷିତ ହେଉ ମେଣ୍ଟ ନିହାତି କରିବେ ବୋଲି ପ୍ରଭାରୀ ଡ. ଅଜୟ କୁମାର ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅଜୟଙ୍କ ଅନୁସାରେ ପ୍ଲାନ୍‌-‘ଏ’ କାମ ନକଲେ ପ୍ଲାନ୍‌-‘ବି’ କରିବ ବୋଲି ଯୁକ୍ତି ବାଢିଛନ୍ତି । ଯଦି ମେଣ୍ଟ କରି ପ୍ରାର୍ଥୀ ନ ଦିଅନ୍ତି, ତେବେ ପ୍ଲାନ୍‌ ବି ଅନୁସାରେ ଆଲୋଚନା କରି ଉଭୟ ଦଳ କିଛି ସ୍ଥାନରେ ପରସ୍ପରକୁ ଜିତାଇବା ପାଇଁ ଦୁର୍ବଳ ପ୍ରାର୍ଥୀ ଦେବେ ବୋଲି ଅଜୟ ଯୁକ୍ତି ବାଢିଛନ୍ତି । 

ଉଲ୍ଲେଖଯୋଗ୍ୟ ଗତ ୧୪ ତାରିଖ ଦିନ ପ୍ରଭାରୀ ଅଜୟ କୁମାର କହିଥିଲେ, ଶୀଘ୍ର କଂଗ୍ରେସର ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଟିକଟ୍‌ ଘୋଷଣା ହେବ । କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪୨ ସିଟ୍‌ର ତାଲିକା ଆଣିବ । ୩୨ ବିଧାନସଭା ସିଟ୍‌ ଓ ୧୦ ଲୋକସଭା ସିଟ୍‌ର ସ୍କ୍ରିନିଂ ସରିଛି । ତେଣୁ ପ୍ରଥମ ପର୍ଯ୍ୟାୟରେ ସେହି ଆସନଗୁଡିକ ଘୋଷଣା ହେବ । ଅବଶିଷ୍ଟ ସିଟ୍‌ର ସ୍କ୍ରିନିଂ ଆସନ୍ତା ୧୯ କିମ୍ବା ୨୦ ତାରିଖରେ ହେବ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.